Only for Entertainment

ରାଜନୀତି ପାଇଁ ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ନୂଆ ରୂପ ।

MyNation
20

ନର୍ଥ ଆସନ ମୁମ୍ବାଇରୁ କଂଗ୍ରେସ ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ଊର୍ମିଳା ମାତୋଣ୍ଡକର । କଂଗ୍ରେସରେ ସାମିଲ ହେବା ପରେ ତାଙ୍କର ଏଭଳି ପଦକ୍ଷେପକୁ ଅଧାରୁ ଅଧିକ ଲୋକ ନାପସନ୍ଦ କରିଥିବା ଦେଖା ଯାଇଥିଲା । କିଛି ଦିନ ତଳେ ଅନ୍ୟକୁ ପଚାରି ପଚାରି ଭାଷଣ ଦେଉଥିବାରୁ ଲୋକେ ତାଙ୍କୁ ଟ୍ରୋଲ କରିଥିଲେ । ଏବେ ତାଙ୍କର ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି ।

 

ଫଟୋରେ ଉର୍ମିଳା ମାତୋଣ୍ଡକର ଖଞ୍ଜଣୀ ବଜାଉଥିବା ଦେଖା ଯାଇଛି । ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଲୋକମାନେ କିଛି ଦିନ ପରେ ତୁମେ ଏହି କାମ କରିବ ବୋଲି କହି ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଜଣେ ବ୍ୟବହାରକାରୀ, ଉର୍ମିଳାଜୀ ଆପଣ ଅଭିନୟରେ ବି ଜିରୋ ଏବଂ ରାଜନୀତିରେ ବି ଜିରୋ ବୋଲି ଲେଖିଥିବା ବେଳେ ଆଉ ଜଣେ ବ୍ୟବହାରକାରୀ ମୁସ୍‌ଲିମ୍‌ଙ୍କୁ ବିବାହ କରିବାର ପ୍ରଭାବ ତ ଦେଖାଯିବ ବୋଲି ଲେଖିଥିବା ଦେଖା ଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More