Only for Entertainment

ନିର୍ବାଚନ ପ୍ରଚାର ସମୟରେ ପଇଡ ପିଉଥିବା ନଜର ଆସିଲେ ଉର୍ମିଲା, ୟୂଜର୍ସ କହିଲେ –‘କାର୍ଯ୍ୟକର୍ତ୍ତାଙ୍କ ପାଇଁ ମଧ୍ୟ ନେଇ ଆସିଥାଆନ୍ତେ’ !

21

ଲମ୍ବା ସମୟ ଧରି ଫିଲ୍ମ ଟାରୁ ଦୂରରେ ଥିବା ଉର୍ମିଳା ମାତୋଣ୍ଡକର ରାଜନୀତିରେ ପାଦ ରଖିଛନ୍ତି । ଉର୍ମିଳା ନିକଟରେ କଂଗ୍ରେସ ପାର୍ଟିର ହାତ ଧରିଛନ୍ତି । ଉର୍ମିଲା ମୁମ୍ବାଈ ଉତ୍ତର ସିଟରୁ ନିର୍ବାଚନ ଲଢିବେ । କିଛି ଦିନ ହେବ ଉର୍ମିଲା ପାର୍ଟିର ପ୍ରଚାରରେ ବ୍ୟସ୍ତ ଅଛନ୍ତି । ନିକଟରେ ଉର୍ମିଲା ନିଜ ଇନଷ୍ଟାଗ୍ରାମରେ ପ୍ରଚାର କରିଥିବା କିଛି ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ଉର୍ମିଲା ପ୍ରଚାର କରୁଥିବା ବେଳେ ପଇଡ ପିଉଥିବାର ନଜର ଆସିଛନ୍ତି ।

ଏହାସହ ସେ କ୍ୟାପଶନ ଲେଖିଛନ୍ତି- ଖରାତାତିକୁ ମାତ୍ ଦେବାକୁ ତାଜା ପଇଡ ପାଣି । ସେହିଭଳି ତାଙ୍କର ଏହି ଫଟୋରେ ଅନେକ ୟୁଜର୍ସ କମେଂଟ କରିବା ଆରମ୍ଭ କରିଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି – କାର୍ଯକର୍ତ୍ତାଙ୍କ ପାଇଁ ମଧ୍ୟ ନେଇ ଆସିଥାଆନ୍ତ । ସେହିଭଳି ଆଉ ଜଣେ ଲେଖିଛନ୍ତି – ଏ କିଭଳି ପ୍ରଚାର ?

ଏଠାରେ ଆମେ ଆପଣଙ୍କୁ ଜଣାଇ ରଖୁଛୁ ଯେ ଏହି ଫଟୋ ବ୍ୟତୀତ ଉର୍ମିଲା ଆହୁରୀ ଅନେକ ଫଟୋ ଶେୟାର କରିଛନ୍ତ । ଯେଉଁଥିରେ ସେ ଖୁବ ଜୋରଶୋରରେ ପ୍ରଚାର କରୁଥିବାର ନଜର ଆସିଛନ୍ତି । ଉର୍ମିଲାଙ୍କୁ ଏହି କଂଗ୍ରେସ ପାର୍ଟି ସିଟ ଶରଦ ପବାରଙ୍କ ଠାରୁ ମିଳିଛି ।


ନିର୍ବାଚନ ଆୟୋଗରେ ଉର୍ମିଲାଙ୍କ ୨୦୧୩-୨୦୧୪ମଧ୍ୟରେ ହାରାହାରି ଆୟ ୧.୨୫କୋଟି ଟଙ୍କା ଯାହା ୨୦୧୭-୧୮ରେ ଦୁଇଗୁଣାରୁ ମଧ୍ୟ ଅଧିକ ୨.୮୫କୋଟି ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More