Only for Entertainment

ଧର୍ମ ବଦଳାଇବା ଏବଂ ମୁସ୍‌ଲିମକୁ ବିବାହ କରିବା ନେଇ ଟ୍ରୋଲ ହେବା ପରେ କଡ଼ା ଜବାବ ରଖିଲେ ଉର୍ମିିଳା ମାତୋଣ୍ଡକର

India
41

ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର କଂଗ୍ରେସ ଦଳର ଯୋଗ ଦେବା ସହ ମୁମ୍ବାଇର ନର୍ଥ ଆସନରୁ ପ୍ରତିଦ୍ୱନ୍ଦିତା କରିବେ । ମାର୍ଚ୍ଚ ୨୭ରେ ଉର୍ମିଳା କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବା ପରେ ତାଙ୍କୁ ନେଇ ଅନେକ ବୟାନବାଜି ଆରମ୍ଭ ହୋଇ ଯାଇଥିଲା । କିଛି ତାଙ୍କର ସାମିଲ ହେବାକୁ ସମର୍ଥନ କରିଥିବା ବେଳେ କିଛି ତାଙ୍କୁ ବିରୋଧ କରିଥିଲେ । କିଛି ଲୋକ ସେ ଧର୍ମ ପରିବର୍ତ୍ତନ କରିଥିବା ନେଇ କହିବା ସହ ମୁସ୍‌ଲିମ୍‌ଙ୍କୁ ବିବାହ କରିଥିବା ନେଇ ସମାଲୋଚନା କରିଥିଲେ । ଏବେ ସମାଲୋଚନା କରିଥିବା ସମସ୍ତଙ୍କୁ ନିଜର କଡ଼ା ଜବାବ ଦେଇ ଚୁପ୍‌ କରାଇ ଦେଇଛନ୍ତି ଉର୍ମିଳା ।

urmila

ନିଜର ଜବାବ ରଖି, ମୁଁ କେବେ ହେଲେ ବିବାହ ପରେ ମୋର ଧର୍ମ ବଦଳାଇ ନାହିଁ । ମୋ ସ୍ୱାମୀ ଯେତିକି ଗର୍ବିତ ମୁସଲମାନ ମୁଁ ସେତିକି ଗର୍ବିତ ହିନ୍ଦୁ । ଏହା ଆମ ଦେଶର ଏବଂ ଆମ ବିବାହର ସୁନ୍ଦରତା ବୋଲି କହିଥିଲେ ଉର୍ମିଳା ମାତୋଣ୍ଡକର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More