ବଲିଉଡ ଅଭିନେତ୍ରୀ ତଥା କଂଗ୍ରେସ ଛାଡିଥିବା ଉର୍ମିଳା ମାତୋଣ୍ଡକର ଖୁବଶୀଘ୍ର ଶିବସେନାରେ ସାମିଲ ହୋଇପାରନ୍ତି ନେଇ ଚର୍ଚ୍ଚା ଜୋର ଧରିଛି |
କାରଣ ଉର୍ମିଳା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଘନିଷ୍ଠ ସହଯୋଗୀ ମିଲିନ୍ଦ ନରଵେକରଙ୍କୁ ସାକ୍ଷାତ କରିଛନ୍ତି | ଏଠାରେ ସୂଚନା ଥାଉ କି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏବେ ରାଜନୀତି ତାତି ବଢ଼ିବାରେ ଲାଗିଛି |
ମିଡ଼ିଆ ରିପୋର୍ଟ ମୁତାବକ କଂଗ୍ରେସର ବହୁ ନେତା ଏବେ ଶିବସେନା ମୁହାଁ ହେଉଥିବାବେଳେ ମହାରାଷ୍ଟ୍ର କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଶିବସେନାରେ ସାମିଲ ହୋଇଛନ୍ତି | ଏଠାରେ ସୂଚନା ଥାଉ କି ମରାଠୀ ଝିଅ ଭାବେ ଉର୍ମିଳାଙ୍କର ସ୍ୱତନ୍ତ୍ର ଛବି ରହିଛି | ଯାହାକୁ ନିର୍ବାଚନରେ ଶିବସେନା ବ୍ୟବହାର କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି | ମାର୍ଚ୍ଚ ୨୮ ତାରିଖରେ ଉର୍ମିଳା କଂଗ୍ରେସରେ ଯୋଗ ଦେଇଥିଲେ |