Only for Entertainment

ରିଲିଜ୍ ହେଲା ୟୋ ୟୋ ହନି ସିଂଙ୍କ ନୂଆ ମ୍ୟୁଜିକ୍ ଭିଡିଓ ‘ଉର୍ବଶୀ’, ଦେଖିବାକୁ ମିଳିଲା ସାହିଦ-କିଆରାଙ୍କ ଜବରଦସ୍ତ କେମେଷ୍ଟ୍ରୀ ।

Free Press Journal
0 35

ରିଲିଜ୍ ହେଲା ୟୋ ୟୋ ହନି ସିଂଙ୍କ ନୂଆ ମ୍ୟୁଜିକ୍ ଭିଡିଓ ‘ଉର୍ବଶୀ’ । ଏ.ଆର୍ ରେହମାନଙ୍କ ଲୋକପ୍ରିୟ ଗୀତ ‘ଉର୍ବଶୀ’କୁ ରିକ୍ରିଏଟ୍ କରିଛନ୍ତି ୟୋ ୟୋ । ତେବେ ଏହି ମ୍ୟୁଜିକ୍ ଭିଡିଓର ସେଂଟର୍ ଅଫ୍ ଆକର୍ଷଣ ହେଲେ ସାହିଦ୍ କପୁର୍ ଓ କିଆରା ଆଡଭାଣୀ । କାରଣ ଗୀତରେ ଦେଖିବାକୁ ମିଳିଛି ଏହି ଦୁଇ ଜଣଙ୍କ ଜବରଦସ୍ତ ଡ୍ୟାନ୍ସ ।

ପ୍ରଥମ ଥର ପାଇଁ ଏହି ଯୋଡି ଏକାଠି ଆସିଛନ୍ତି ନଜର । ଗୀତରେ ରହିଛି ସାହିଦ୍ ଓ କିଆରାଙ୍କ ଭିତରେ ଜବରଦସ୍ତ ଡ୍ୟାନ୍ସ ଆଉ ରୋମାନ୍ସ ଦେଖିବାକୁ ମିଳିଛି । ଗୀତଟି ବର୍ଷର ପାର୍ଟି ଆନ୍ଥେମ୍ ହେବାକୁ ଯାଉଛି । ଏହି ଗୀତ ଜରିଆରେ ନିଜର ଦମଦାର୍ କମବ୍ୟାକ୍ କରିଛନ୍ତି ର‌୍ୟାପର ତଥା ସିଙ୍ଗର୍ ୟୋ ୟୋ ହନି ସିଂ । ଗୀତରେ ଲିରିକ୍ସ, ମ୍ୟୁଜିକ୍ ୟୋ ୟୋ ଦେଇଥିବାବେଳେ ଗୀତରେ କଣ୍ଠଦାନ କରିଛନ୍ତି ନିଜେ ହନି ସିଂ । ଏହି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓର କୋରିଓଗ୍ରାଫି କରିଛନ୍ତି ସଂଜୟ ସେଟ୍ଟି । ଆଉ ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ଡିରେକ୍ଟର୍ ଗିଫ୍ଟି । ଏ.ଆର୍ ରେହମାନଙ୍କ  ସୁପରହିଟ୍ ଟ୍ରାକ୍ ‘ଉର୍ବଶୀ’କୁ ନୂଆ ଶୈଳୀରେ ପ୍ରସ୍ତୁତ କରିଛନ୍ତି ହନି ସିଂ । ଗୀତଟି ୟୁଟୁବରେ ରିଲିଜ୍ ହେବା ପରେ ଏହାକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More