Only for Entertainment

ଖେଳଣାର ଦ୍ୱିତୀୟ ବ୍ୟବହାର ହୋଇଥାଏ କ୍ଷତିକାରକ ।

second hand collage fair
0 49

ଖେଳଣା ପ୍ରତ୍ୟେକ ଛୋଟ ପିଲାଙ୍କ ଜୀବନର ଏକ ଗରୁତ୍ୱପୂର୍ଣ୍ଣ ସାମଗ୍ରୀ । ଯାହା ସହିତ ଛୋଟ ପିଲାଙ୍କର ଏକ ସୁନ୍ଦର ସଂଯୋଗ ରହିଥାଏ । ବେଳେ ବେଳେ ଖେଳଣାକୁ ଦେଖିବାମାତ୍ରେ ବୟସ୍କ ବ୍ୟକ୍ତି ମାନଙ୍କର ମଧ୍ୟ ପିଲାଦିନ ମନେ ପଡ଼ିଯାଏ । ତେବେ ଖେଳଣାକୁ ନେଇ ଏଭଳି କିଛି ଅଜଣା କଥା ରହିଛି ଯାହାକୁ ଜାଣିବା ନିହାତି ଆବଶ୍ୟକ । କିନ୍ତୁ ଆଜିକାଲି ଖେଳଣାର ଦାମ ଆକାଶ ଛୁଆଁ ହୋଇଯାଇଛି । ସେଥିପାଇଁ କେତେକ ସମୟରେ ବଡ଼ ଭାଇ ଓ ଭଉଣୀର ଖେଳଣାକୁ ସାନ ଭାଇ ଓ ଭୁଉଣୀକୁ ଦିଆଯାଏ । କିନ୍ତୁ ଏଭଳି ପଦକ୍ଷେପ ଖତରନାକ ହୋଇପାରେ । ବୈଜ୍ଞାନିକଙ୍କ କହିବା ଅନୁସାରେ ଏହା ସୁରକ୍ଷିତ ହୋଇନଥାଏ ।

ବ୍ରିଟେନର ୟୁନିଭର୍ସିଟି ଅଫ ପ୍ଲାଇମାଉଥର ଶୋଧକର୍ତ୍ତାଙ୍କ କହିବା ଅନୁସାରେ ଘର ଏବଂ ନର୍ସରୀର ୨୦୦ ଖେଳଣାକୁ ନେଇ ବିଶ୍ଲେଷଣ କରାଗଲା । ପିଲାମାନେ ବସ,କାର ଏବଂ ପଜଲ୍ସକୁ ଅଧିକାଂଶ ସମୟରେ କାମୁଡ଼ିଥାଆନ୍ତି । ଏହି ଖେଳଣାରେ ଏଂଟି ମନି,ବେରିୟମ,ବ୍ରୋମିନ,କ୍ୟାଡ଼ମିୟମ ଓ ଲେଡ ଭଳି କେତେକ ହାନିକାରକ ତତ୍ତ୍ୱ ରହିଥାଏ । ଏହା ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ ।

 

ବୈଜ୍ଞାନିକମାନେ ଏକ କୃତିିମ ପୋଷା ଜନ୍ତୁ ତିଆରି କରିଥିଲେ ଯେଉଁଥିରେ ହାଇଡ୍ରେକ୍ଲୋରିକ ଏସିଡର ବ୍ୟବହାର କରାଗଲା । ପାଚନ କ୍ରିୟା ଦ୍ୱାରା ଏଚ୍ସିଏଲ ପ୍ରୋଟିନକୁ ଭାଙ୍ଗିବାର କାର୍ଯ୍ୟ କରିଥାଏ । ଏଚ୍ସିଏଲ ସଂପର୍କରେ ଆସିବା ମାତ୍ରେ ଖେଳଣା ଅତ୍ୟଧିକ ମାତ୍ରାରେ ବ୍ରୋମିୟମ,କ୍ୟାଡ଼ମିୟମ ଏବଂ ଲେଡ ଭଳି ତତ୍ତ୍ୱ ବାହାରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More