Only for Entertainment

ଲିଫ୍ଟ ବ୍ୟବହାର କରୁଛନ୍ତି କି,ହୋଇଯାଆନ୍ତୁ ସାବଧାନ!

www.jismith.com
0 35

ସମୟର ଅଭାବ ଏବଂ ଜୀବନକୁ ସହଜ କରିବା ପାଇଁ ଆଜିକାଲି ଲିଫ୍ଟର ବହୁଳ ବ୍ୟବହାର କରାଯାଉଛି । କିନ୍ତୁ ଲିଫ୍ଟର ବ୍ୟବହାର ନକରି ସିଡିର ବ୍ୟବହାର କରିବା ବୁଦ୍ଧିମାନାର କାମ । ଲିଫ୍ଟ ଯେ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଏହା ଜାଣିବା ପରେ ଆପଣ ଲିଫ୍ଟର ବ୍ୟବହାର କରିବେ ନାହିଁ । ଏହା ସହିତ ସିଡିର ଉପକାରୀ ଗୁଣ ବିଷୟରେ ଜାଣିଲେ ଆପଣ ସିଡିର ବ୍ୟବହାର ଛାଡ଼ିବେ ନାହିଁ । ସିଡିଯେ କେବଳ ବ୍ୟାୟମ ପାଇଁ ବ୍ୟବହାର କରାଯାଏ ଏହା ସମସ୍ତେ ଜାଣନ୍ତି । ତେଣୁ କେହି କେହି ଓଜନ ହ୍ରାସ କରିବା ପାଇଁ ସିଡିର ବ୍ୟବହାର କରନ୍ତି । କିନ୍ତୁ ସିଡିର ବ୍ୟବହାର କରିବା ଦ୍ୱାରା ଆଉ କେତେକ ଫାଇଦା ମଧ୍ୟ ମିଳିଥାଏ । ଆସନ୍ତୁ ଜାଣିବା ।

  • ଏକ ସର୍ବେକ୍ଷଣରୁ ଜଣାପଡ଼ିଛିଯେ ଯଦି ଆପଣ ପ୍ରତିଦିନ ସିଡିର ବ୍ୟବହାର କରୁଛନ୍ତି ତେବେ ବୃଦ୍ଧ ସମୟରେ ପଡ଼ିବା ଭଳି ସମସ୍ୟା କମ ଦେଖାଯାଏ । ଯଦି ଶ୍ୱାସ ସମସ୍ୟା ଦେଖାଯାଉଛି ତେବେ ସିଡି ଚଢିବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ ।
  • ଗୋଟିଏ ଫ୍ଲୋରରୁ ଅନ୍ୟ ଫ୍ଲୋରକୁ ଯିବା ପାଇଁ ସିଡିର ବ୍ୟବହାର କଲେ ଶରୀରରେ କ୍ୟାଲୋରୀ କମ ହୋଇଥାଏ । ମାୟୋକ୍ଲୋନିକ ଅନୁସାରେ ସିଡି ଚଢିବା ସମୟରେ ଏକ ମିନିଟରେ ୭ କ୍ୟାଲୋରୀ କମ ହୋଇଥାଏ । ଯଦି ପ୍ରତିଦିନ ଦୁଇଥର ସିଡିର ବ୍ୟବହାର କରାଯାଏ ତେବେ ବର୍ଷକୁ ୨.୭ କିଲୋ ଓଜନ କମ ହୋଇଥାଏ ।
  • ଏକ ସର୍ବେକ୍ଷଣ ଦ୍ୱାରା କୁହାଯାଇଛିଯେ ସିଡି ଚଢିବା ଦ୍ୱାରା ଗୁଡ କୋଲେଷ୍ଟ୍ରଲ ତିଆରି ହୋଇଥାଏ,ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।
  • ଡାକ୍ତରଙ୍କ କହିବା ଅନୁସାରେ ପ୍ରତିଦିନ ଲିଫ୍ଟ ପରିବର୍ତ୍ତେ ସିଡିର ବ୍ୟବହାର କରିବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣର ଅମ୍ଳଜାନ ମିଳିଥାଏ । ଯେଉଁମାନେ କମ ସିଡି ଚଢିଲେ ମଧ୍ୟ କ୍ଲାନ୍ତ ହୋଇଯାନ୍ତି ସେମାନେ ପ୍ରତିଦିନ ସିଡି ଚଢିଲେ ଲାଭ ମିଳିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More