Only for Entertainment

ବଲିଉଡରେ ଗଦରର ଶିଶୁ କଳାକାର ଉତ୍କର୍ଷ ଶର୍ମା ।

youtube
0 39

ଦିନେ ପରଦାରେ ଶିଶୁ କଳାକାର ଭାବେ ନିଜ ଅଭିନୟର ପ୍ରତିଭା ଦେଖାଇବା ଉକ୍ରର୍ଶ ଶର୍ମା ଆଜି ନାୟକ ହୋଇ ବଲିଉଡ୍ରେ କରିବାକୁ ଯାଉଛନ୍ତି ଡେବ୍ୟୁ । ଉକ୍ରର୍ଶ ଶର୍ମା ସେହି କୁନି କଳାକାର ଥିଲେ, ଯିଏ ସୁପରହିଟ୍ ଫିଲ୍ମ ‘ଗଦର୍ – ଏକ ପ୍ରେମ କଥା’ରେ ସନ୍ନି ଦେଓଲ୍ ଓ ଅମିଷା ପଟେଲଙ୍କ ଅନସ୍କ୍ରିନ୍ ପୁଅ ଭାବେ ଆସିଥିଲେ ନଜର । ଏବେ ୧୭ ବର୍ଷ ପରେ ନାୟକ ହୋଇ ଉକ୍ରର୍ଶ ଦେଖାଇବାକୁ ଯାଉଛନ୍ତି ନିଜ କମାଲ୍ । ତାଙ୍କର ଏହି ଡେବ୍ୟୁ ଫିଲ୍ମର ଟାଇଟଲ୍ ରହିଛି ଜିନିୟସ୍ ।

ଆଗାମୀ ବଲିଉଡ୍ ଚଳଚ୍ଚିତ୍ର ଜିନିୟସ୍ର ରୋମାଂଟିକ୍ ଗୀତ ତେରା ଫିତୁର୍ ମୁକ୍ତିଲାଭ କରିଛି । ଏହି ଗୀତରେ ଶୁଣିବାକୁ ମିଳିଛି ଅରିଜିତ୍ ସିଂଙ୍କ ଜବରଦସ୍ତ ଗାୟିକି । ରୋମାଂଟିକ୍ ଗୀତକୁ ଗୀତର ଜବରଦସ୍ତ ପିକଚରାଇଜେସନ୍ ଏହି ଭିଡିଓକୁ କରିଛି ଆହୁରି ସୁନ୍ଦର । ଗୀତ ଦୃଶ୍ୟାୟନରେ ଫିଲ୍ମର ଲିଡ୍ ଷ୍ଟାର୍ ଉକ୍ରର୍ଷ ଶର୍ମା ଓ ଇଷିତା ଚୌହ୍ୱାନ୍ଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମ ଜରିଆରେ ଉଭୟ ଉକ୍ରର୍ଷ ଓ ଇଷିତା ବଲିଉଡ୍ରେ ଏଂଟ୍ରି କରିବାକୁ ଯାଉଛନ୍ତି । କଲେଜ୍ ରୋମାନ୍ସକୁ ନେଇ ଗତିଶୀଳ ହୋଇଛି ଏହି ରୋମାଂଟିକ୍ ଗୀତଟି । ହିମେଶ ରେସମିୟାଙ୍କ ସଙ୍ଗୀତକୁ ଅରିଜିତ୍ ସିଂଙ୍କ ଗାୟିକି ଏହି ଗୀତକୁ କରିଛି ଆହୁରି ସୃତିମଧୁର । ଗୀତରେ ଲିରିକ୍ସର ଭାର ତୁଲାଇଛନ୍ତି କୁମାର୍ । ୨୦୦୧ ମସିହାରେ ସୁପରହିଟ୍ ଚଳଚ୍ଚିତ୍ର ଗଦର୍ – ଏକ ପ୍ରେମ କଥାରେ ଚାଇଲ୍ଡି ଆର୍ଟିଷ୍ଟ ହୋଇ ଅଡିଏନ୍ସଙ୍କ ମନ ଜିତିଥିବା ଜିତେ, ଏବେ ଫେରିଛନ୍ତି ପରଦାକୁ । ୧୭ ବର୍ଷ ପରେ ଏହି ଚାଇଲ୍ଡ ଆର୍ଟିଷ୍ଟ ଏବେ ନାୟକ ଭାବେ ପରଦାରେ ଦେଖାଇବେ ନିଜ କମାଲ୍ । ଦିନେ ଅଭିନେତା ସନ୍ନି ଦେଓଲ୍ ଓ ଅଭିନେତ୍ରୀ ଅମିଷା ପଟେଲଙ୍କ ଅନସ୍କ୍ରିନ ପୁଅ ହୋଇ ଅଭିନୟର ପ୍ରତିଭା ଦେଖାଇଥିବା ସେହି ଚାଇଲ୍ଡି ଆର୍ଟିଷ୍ଟ ଉକ୍ରର୍ଷ ଶର୍ମା ଏବେ ଜିନିଅସ୍ ଫିଲ୍ମ ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମରେ ଖଳନାୟକ ଭାବେ ନଜର ଆସିବେ ଭର୍ସାଟାଇଲ୍ ଅଭିନେତା ନୱାଜୁଦ୍ଧିନ୍ ସିଦ୍ଧିକି । ଚଳଚ୍ଚିତ୍ର ଗଦର୍ର ନିର୍ଦ୍ଦେଶକ ଅନୀଲ୍ ଶର୍ମା ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି । ଫିଲ୍ମରେ ସଙ୍ଗୀତ ଦେଇଛନ୍ତି ହିମେଶ ରେସମିୟାଁ । ଫିଲ୍ମଟି ୨୪ ଅଗଷ୍ଟରେ ଆସିବ ପରଦାକୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More