Only for Entertainment

ନିଶାଶକ୍ତ ମହିଳାଙ୍କ ଉନ୍ମୋତ କାଣ୍ଡ, ପୁଲିସ ମୁହାଁମୁହିଁ, ଦେଖନ୍ତୁ ଭିଡିଓ !

93

ଉତ୍ତର ପ୍ରଦେଶର ମେରଠ ଜିଲ୍ଲାରେ ଏକ ମହିଳା ଓକିଲ ଲାଲ କୁର୍ତ୍ତୀ ପୁଲିସ ଷ୍ଟେସନରେ ଖୁବ ହଙ୍ଗାମା କରିଛନ୍ତି । ପୁଲିସ କର୍ମୀ ରଣବିଜୟ ସିଂଙ୍କ କହିବା ଅନୁସାରେ ମହିଳା ଜଣକ କଚେରୀରୁ ବାଉଣ୍ଡ୍ରି ରୋଡ ପର୍ଯ୍ୟନ୍ତ ବୁଧବାର (୨୪ଅକ୍ଟୋବର, ୨୦୧୮) ସଂଧ୍ୟାରେ ଗାଡି ଚଳାଉଥିବା ବେଳେ ଅନେକ ଜଣକୁ ଧକ୍କା ମାରିଛନ୍ତି । ଯେଉଁକାରଣରୁ ମହିଳା ଓକିଲ ଜଣଙ୍କୁ ପୁଲିସ ଷ୍ଟେସନ ନିଆଯାଇ ସାର୍ବଜନିକ ସ୍ଥଳରେ ହଙ୍ଗାମା କରିଥିବାରୁ ଏହି ସମ୍ପର୍କରେ ତଦନ୍ତ କରାଯାଇଛି ।

ଏହାପରେ ମହିଳା ଜଣକ କହିଛନ୍ତି ଯେ ସେ ଗାଡି ଚଳାଇ ଯାଉଥିବା ବେଳେ ନିରଜ ମିତ୍ତଲ ଏବଂ ବ୍ୟାପାର ସଂଘର କିଛି ନେତା ତାଙ୍କ ଗାଡି ସାମ୍ନାରେ ଆସି ଧକ୍କା ମାରିବା ଲାଗି ପ୍ରୟାସ କରିଥିଲେ । ଓଳିଲଙ୍କ କହିବା ମୁତାବକ ନିରଜ ମିତ୍ତଲ ଏବଂ ବ୍ୟାପାର ସଂଘ ୩ଦିନ ହେବ ତାଙ୍କୁ ମାରିବା ଲାଗି ପ୍ରୟାସ କରୁଥିଲେ । ଏହା ଏଭଳି କରାଯାଉଥିଲା କାରଣ ମହିଳା ଓକିଲ ଜଣକ ଚାପରେ ଆସି ତାଙ୍କ ନିଷ୍ପତ୍ତିପରିବର୍ତ୍ତନ କରିଦେବେ ।

ଏଠାରେ ଆମେ କହି ରଖୁଛୁ ଯେ ମହିଳା ଓକିଲଙ୍କ କହିବା ଅନୁସାରେ ଘଟଣା କିଛି ଏଭଳି ଘଟିଥିଲା ଯେ ଦୀପ୍ତି ଏବଂ ତାଙ୍କ ସାଥୀଙ୍କ ସହ ପୁଲିସ ସୁ୍ଖପାଲ ସିଂଙ୍କ ସହ ମାରପିଟ ମାମଲାରେ ପୁଲିସ ପୂର୍ବରୁ ବିଜେପି ପାର୍ଷଦ ମନିଷ ଚୌଧୁରୀଙ୍କୁ ଗିରଫ କରି ଜେଲ ପଠାଇଥିଲେ । ଏହିକାରଣରୁ ମହିଳାଙ୍କୁ ଓକିଲ ହଇରାଣ ହରକତ କରିବା ଲାଗି ସେମାନେ ଗାଡି ସାମ୍ନାକୁ ଆସିଥିବା କହିଛନ୍ତି ଉକ୍ତ ମହିଳା ଜଣକ । ଏହାସହ ଓକିଲ ଜଣକ ପତ୍ରକାରଙ୍କୁ କହିଛନ୍ତି ବିଜେପିର କିଛି ଗୁଣ୍ଡା ତାଙ୍କ ଗାଡିକୁ ଟକ୍କର ମାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More