Only for Entertainment

ଆଜି ଭାଲେଂଟାଇନ ଡେ’ରେ ସାଥୀଙ୍କୁ ଦିଅନ୍ତୁ ଏଭଳି ଗିଫ୍ଟ ।

moneycrashers
0 60

ଆଜି ବିଶ୍ୱ ପ୍ରେମ ଦିବସ । ଫେବୃଆରୀ ୧୪କୁ ଭାଲେଂଟାଇନ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିନକୁ ପ୍ରେମୀ ଯୁଗଳ ମାନେ ଚାହିଁ ରହିଥାଆନ୍ତି ଏବଂ ନିଜ ସାଥୀକୁ ଖୁସି କରାଇବା ପାଇଁ ଭିନ୍ନ ଭିନ୍ନ ଉପାୟ କିମ୍ବା ଗିଫ୍ଟ କ’ଣ ଦେବେ ସେ ନେଇ ଚିନ୍ତିତ ହୋଇପଡନ୍ତି । ଏଠାରେ ଜିନ୍ତା କରିବାର କୌଣସି ବିଷୟ ନାହିଁ । ଆମେ ଆପଣଙ୍କୁ ଭାଲେଂଟାଇନ ଡେ’ରେ ସାଥୀଙ୍କୁ କ’ଣ ଉପହାର ଦେବେ ସେ ସମ୍ବନ୍ଧରେ ବତାଇବୁ ଯାହାଦ୍ୱାରା ଆପଣ ଆପଣଙ୍କ ଭାଲେଂଟାଇନ ଡେକୁ ଖାସ କରିପାରିବେ ।

  • ଗୋଲାପ
    ଭାଲେଟାଇନ ଡେ’ରେ ଆପଣ ଆପଣଙ୍କ ସାଥୀକୁ ଗୋଲାପ ଫୁଲ ଗୁଛା ଦେଇ ପାରିବେ । ଏହି ଫୁଲଗୁଛାକୁ ସୁନ୍ଦର ଭାବେ ପ୍ରସ୍ତୁତ କରି ଏଥିରେ ମହକ ଭରି ନେଇ ଆପଣଙ୍କ ସାଥୀକୁ ଦେଲେ ସାଥୀ ଖୁସି ହୋଇଯିବେ ।
  • ଲଂଗ ଡ୍ରାଇଭ
    ସାଥୀଙ୍କ ସହ ଏକାନ୍ତରେ ସମୟ ଅତିବାହିତ କରି ଖୁସି ଅନୁଭବ କରାନ୍ତୁ । ଏହାସହ ସାଥୀଙ୍କ ସହ ଲଙ୍ଗ ଡ୍ରାଇଭରେ ଦୂର ସ୍ଥାନକୁ ଯାଇ ଭ୍ରମଣ କରନ୍ତୁ । ଏହା ଏକ ରୋମାଂଟିକ ଗିଫ୍ଟ ହୋଇ ପାରିବ ।
  • ମୁଦି
    ଯଦି ଆପଣ ଏବେ ପର୍ଯ୍ୟନ୍ତ ଆପଣଙ୍କ ସାଥୀକୁ ଆପଣଙ୍କ ମନ କଥା କହି ନାହାନ୍ତି ତେବେ ଏହା ଆପଣଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ । ଆପଣ ଆପଣଙ୍କ ସାଥୀକୁ ସାହାସ ଜୁଟାଇ ମୁଦି ଗିଫ୍ଟ କରି ଆପଣଙ୍କ ସାଥୀକୁ ଏହି ଭାଲେଂଟାଇନ ଡେ ରେ କରନ୍ତୁ ସରପ୍ରାଇଜ । ଦେଖିବେ ଏଭଳି ସରପ୍ରାଇଜ ଆପଣଙ୍କ ସାଥୀ ମନରେ ଆନନ୍ଦ ଆଣି ଦେବ ।
  • କ୍ୟାଣ୍ଡେଲ ଲାଇଟ ଡିନର
    ନିଜ ପାର୍ଟନର ସହ କ୍ୟାଣ୍ଡେଲ ଲାଇଟ ଡିନର କରିବା ଜୀବନର ଏକ ସୁନ୍ଦର ଅନୁଭୂତି ଅଟେ । ତେଣୁ ଆପଣଙ୍କ ସାଥୀକୁ ନେଇ କ୍ୟାଣ୍ଡେଲ ଲାଇଟ ଡ଼ିନରରେ ଯା’ନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More