Only for Entertainment

Rose Dayରେ ଏହି କୁନି ଝିଅ ଶୁଣାଇଲେ ବିବାହ ପରର ସତ୍ୟତା ! ଭାଇରାଲ ହେଲା ଭିଡିଓ, ଦେଖନ୍ତୁ

ndtv
49

ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହୋଇସାରିଛି । ଆଜି ୭ ଫ୍ରେବୃଆରୀ ରୋଜ ଡେ’ ଭାବେ ପାଳନ କରାଯାଏ । ଏହି ଦିନରେ ବ୍ୟକ୍ତି ନିଜ ପାର୍ଟନରଙ୍କୁ ଗୋଲାପ ଦେଇ ନିଜ ଭଲପାଇବାକୁ ପ୍ରକାଶ କରିଥାନ୍ତି । ସୋସିଆଲ ମିଡିଆରେ ମଧ୍ୟ ରୋଜ ଡେ’ ଟପରେ ଟ୍ରେଣ୍ଡ କରୁଛି । ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ କୁନି ଝିଅ ବିବାହ ପରେ କିପରି ଭାଲେଣ୍ଟାଇନ ଡେ’ ହୋଇଥାଏ ତାହାକୁ ମଜାକିଆ ଅନ୍ଦାଜରେ କହିଛନ୍ତି ।

ରୋଜ ଡେ’ରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଝିଅଟି କହୁଛି- ‘କୃପା କରି ଧ୍ୟାନ ଦିଅନ୍ତୁ, ଏ ରୋଜ ଡେ, ପ୍ରପୋଜ ଡେ, ଚକଲେଟ ଡେ, ଟେଡି ଡେ, ପ୍ରମିଜ ଡେ, କିସ ଡେ, ହଗ ଡେ ଏବଂ ଭାଲେଣ୍ଟାଇନ ଡେ ଏହା ସବୁ ବିବାହ ପୂର୍ବର ଭ୍ରମ । ବିବାହ ପରେ କେବଳ ଟିଫିନ ଦେ, ଚା ଦେ, ରୁମାଲ ଦେ, ତକିଆ ଦେ, କମ୍ବଳ ଦେ, ଶୋଇବାକୁ ଦେ…ମୋତେ ବଂଚିବାକୁ ଦେ ହିଁ ରହିବ ।’

ଟିକଟକ ପ୍ଲାଟଫର୍ମରେ ଏହି ଭିଡିଓକୁ ପୋଷ୍ଟ କରାଯାଇଥିବା ବେଳେ ଏବେ ପ୍ରତ୍ୟେକ ସୋସିଆଲ ମିଡିଆରେ ଏହାର ସେୟାର କରାଯାଉଥିବାର ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More