Only for Entertainment

ରିଲିଜ ହେଲା ‘ରୋମିଓ ଅକବର୍ ୱାଲଟର୍’ ର ପ୍ରଥମ ଗୀତ ‘ବନ୍ଦେ ମାତରମ୍’

India TV
28

ଆଗାମୀ ବଲିଉଡ୍ ଚଳଚ୍ଚିତ୍ର ‘ରୋମିଓ ଅକବର୍ ୱାଲଟର୍’ ର ପ୍ରଥମ ଗୀତ ‘ବନ୍ଦେ ମାତରମ୍’ । ଗୀତରେ ଶୁଣିବାକୁ ମିଳିଛି ସୋନୁ ନିଗମଙ୍କ ଆକର୍ଷଣୀୟ ଗାୟିକି । ଦେଶଭକ୍ତିକୁ ନେଇ ପ୍ରସ୍ତୁତ ହୋଇଛି ଏହି ଗୀତଟି । ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଶବିର୍ ଅହମଦ୍ଦ । ୧୯୭୧ ମସିହାର ଭାରତ – ପାକିସ୍ତାନ ଯୁଦ୍ଧ ପୃଷ୍ଠଭୂମି ଉପରେ ଆଧାରିତ ହୋଇଥିବା ଏହି ସିନେମାରେ ଜନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ ଜନ୍ ଆବ୍ରାହମର’ ର ଏଜେଂଟ୍ ଭାବେ ଆସିବେ ନଜର ।

ଏହି ଫିଲ୍ମରେ ଜନଙ୍କ ଅପୋଜିନରେ ନଜର ଆସିବେ ଅଭିନେତ୍ରୀ ମୌନୀ ରୟ । ଦୁହିଁଙ୍କ ବ୍ୟତିତ ଜ୍ୟାକି ଶ୍ରଫଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମ ୫ ଏପ୍ରିଲରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More