Only for Entertainment

ହରତାଳକୁ ଓହ୍ଲାଇଲେ ବଲିଉଡର ଭ୍ୟାନିଟି ଭ୍ୟାନ ମାଲିକ,ସୁଟିଂ ବାଧାପ୍ରାପ୍ତ ।

apherald.com
25

ସମସ୍ତ କ୍ୟାମ୍ପର ଭ୍ୟାନିଟି ଭ୍ୟାନ ମାଲିକ ମହାରାଷ୍ଟ୍ର ସରକାରଙ୍କୁ ମୋଟା ରକମର ଟ୍ୟାକ୍ସ ଲଗାଯାଉଥିବାରୁ ବିରୋଧ କରି ୧୦ ଡିସେମ୍ବରକୁ ଅନିଶ୍ଚିତକାଳ ପାଇଁ ହରତାଳ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏସୋସିଏସନର କହିବା ଅନୁସାରେ ଏହି ଟ୍ୟାକ୍ସ ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଖୁବ ଅଧିକ ରହିଛି । ଏହି କାରଣରୁ ସୁଟିଂ ନିହାତି ଭାବରେ ବାଧାପ୍ରାପ୍ତ ହେବ ।

ଏସୋସିଏସନର କହିବା ମୁତାବିକ ହରତାଳ ଯୋଗୁଁ ୨୫୦ଟି ଭ୍ୟାନିଟି ଭ୍ୟାନ ଅଚଳ ହୋଇ ରହିବ ।ପ୍ରତିବର୍ଷ ପ୍ରତ୍ୟେକ ଭ୍ୟାନିଟି ଭ୍ୟାନ ଠାରୁ ୧ ଲକ୍ଷ ୨୫ ହଜାର କର ଆଦାୟ କରୁଛନ୍ତି ମହାରାଷ୍ଟ୍ର ସରକାର । ଭାରତରେ ବର୍ଗମିଟିର ପିଛା ଯଦିଓ କର ଲଗାଯାଏ ନାହିଁ ତେବେ ଏହା ଆମ ସହିତ ହେଉଛି । ଭ୍ୟାନିଟି ଭ୍ୟାନ ପାଇଁ ୧୨ ହଜାରରୁ ଅଧିକ ଟ୍ୟାକ୍ସ ନାହିଁ,ତେବେ ଆମ ବେପାର ବନ୍ଦ କରିବା ପାଇଁ ଏଭଳି କାମ କରୁଛନ୍ତି ମହାରାଷ୍ଟ୍ର ସରକାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More