Only for Entertainment

ଥିଏଟର ଛାତରେ ଚଢି ବରୁଣ-ଆଲିୟା କଲେ ଡାନ୍ସ, ଶରାରା ସୁଟରେ ଖୁବ ସୁନ୍ଦର ଦିଶୁଥିଲେ ଆଲିୟା !

27

ଫିଲ୍ମମେକର କରଣ ଜୋହରଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ‘କଳଙ୍କ’ର ଟିଜର ରିଲିଜ ହୋଇଯାଇଛି । ଏହି ଫିଲ୍ମରେ ଆଲିୟା ଭଟ୍ଟ , ବରୁଣ ଧୱନ, ମାଧୁରୀ ଦିକ୍ଷୀତ ଏବଂ ସୋନାକ୍ଷୀ ସିନ୍ହା ମୁଖ୍ୟ ଭୂମିକାରେ ନଜର ଆସିଲେ ।

ନିକଟରେ ଆଲିୟା ଏବଂ ବରୁଣ ମୁମ୍ବାଇରେ ଗେୟଟି-ଗ୍ଲାକ୍ସି ଥିଏଟରରେ ଫିଲ୍ମ କଳଙ୍କର ନୂଆ ଗୀତ ଫାଷ୍ଟକ୍ଲାସ ଲଚିଂ ପାଇଁ ପହଂଚିଥିଲେ । ଏଥିରେ ଆଲିୟା ଏକ କଳା ରଂଗର ସିଲବର ଶରରା ସୁଟରେ ଖୁବ ଗ୍ଲାମରସ ନଜର ଆସିଥିଲେ ।

ସେହିଭଳି ବରୁଣ ମଧ୍ୟ ଆଲିୟାଙ୍କ ସହ କଳା ରଂଗର କୁର୍ତ୍ତା ପିନ୍ଧିଥିଲେ । ଏଥିରେ ଦୁହିଁଙ୍କ ଜବରଦସ୍ତ ବଣ୍ଡିଂ ଦେଖିବାକୁ ମିଳିଛି ।

କେବଳ ସେତିକି ନୁହେଁ ଆଲିୟା ଏବଂ କରୁଣ ଫ୍ୟାନ୍ସଙ୍କ ସହ ଖୁବ ମସ୍ତି କରିଥିଲେ ଏବଂ ଥିଏଟର ମଂଚରେ ଚଢି ଫିଲ୍ମ ଦେଖିବାକୁ ଆସିଥିବା ଭିଡ ସହ ଗୀତରେ ଡାନ୍ସ କରିଥିଲେ ।

ଫିଲ୍ମ ବିଷୟରେ କହିବାକୁ ଗଲେ ଇଂରେଜ ଶାସନ ସମୟରେ ଲାହୋର ହୀରା ମଣ୍ଡିରେ ହୋଇଥିବା ଲଢେଇ ବିଷୟରେ ଦେଖିବାକୁ ମିଳିବ । ଏହି ଫିଲ୍ମ ପାଇଁ ୧୯୪୦ର ବ୍ୟାକଡ୍ରପ ପ୍ରସ୍ତୁତ ହୋଇଛି । ଫିଲ୍ମରେ କଳାକାରଙ୍କ ଏଭଳି ଲୁକ ଦେଖି ଅନୁମାନ ହେଉଛି ଯେ ଫିଲ୍ମ ଜବରଦସ୍ତ ହେବାକୁ ଯାଉଛି । ଅପ୍ରେଲ ୧୭ରୁ ଫିଲ୍ମ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More