Only for Entertainment

ଦୁଇ ଦିନ ପୂର୍ବରୁ ପରଦାକୁ ଆସିବ କରଣ ଜୋହରଙ୍କ ମଲ୍ଟିଷ୍ଟାରର ଫିଲ୍ମ ‘କଳଙ୍କ’ , ସାମ୍ନାକୁ ଆସିଲା ଦୁଇଟି ବଡ କାରଣ

NewsX
24

କରଣ ଜୋହରଙ୍କ ମଲ୍ଟିଷ୍ଟାରର ଫିଲ୍ମ ‘କଳଙ୍କ’କୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଦୁଇ ଦିନ ହେବ ଫିଲ୍ମର ଅନେକ ପୋଷ୍ଟର ରିଲିଜ କରାଯାଇଛି ଯେଉଁଥିରେ ସମସ୍ତ କଳାକାରଙ୍କ ପ୍ରଥମ ଲୁକ ସାମ୍ନାକୁ ଆସିଛି । ଏବଂ ଏହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏବେ ଫିଲ୍ମକୁ ନେ ଇ ଏକ ନୂଆ ଖବର ସାମ୍ନା କୁ ଆସିଛି । ଖବର ଅନୁସାରେ ଫିଲ୍ମ ୧୯ ଏପ୍ରିଲ ବଦଳରେ ଏହାର ଦୁଇ ଦିନ ପୂର୍ବରୁ ସିନେମା ଘରେ ରିଲିଜ ହେବ ବୋଲି ମେକର୍ସ ନିର୍ଣ୍ଣୟ ନେଇଛନ୍ତି ।

ଫିଲ୍ମ ସହ ଜଡିତ ଏକ ସୂତ୍ରରୁ ଜଣାପଡିଛି ଯେ, ‘ମହାବୀର ଜୟନ୍ତି ଏବଂ ଗୁଡ ଫ୍ରାଇଡେ କୁ ନଜରରେ ରଖି ଫିଲ୍ମର ରିଲିଜ ଡେଟରେ ପରିବର୍ତ୍ତନ କରାଯାଇଛି ।’ ଦୁଇଟି ଠୁଟି ଏହା ସହିତ ପଡୁଥିବାରୁ ଏହା ଫିଲ୍ମକୁ ଫାଇଦା ଦେବ । ଏହି ଛିଟି ଫିଲ୍ମ ରିସଲିଜ ପାଇଁ ଉପଯୁକ୍ତ ସମୟ ।

kalank-movie-cast

ଫିଲ୍ମର ରିଲିଜ ଡେଟରେ ପରିବର୍ତ୍ତନର ଆଉ ଏକ କାରଣ ମଧ୍ୟ ସାମ୍ନାକୁ ଆସିଛି । କୁହାଯାଉଛି ଯେ, ୨୬ ଏପ୍ରିଲରେ ହଲିଉଡ ଫିଲ୍ମ ଆଭେଞ୍ଜର୍ସ ଏଣ୍ଡ ଗେମ ରିଲିଜ ହେବାକୁ ଯାଉଛି ଏହା ଫଳରେ କଳଙ୍କର ବକ୍ସ ଅଫିସରେ ଏହାର ପ୍ରଭାବ ପଡିପାରେ । ସେଥିପାଇଁ ମେକର୍ସ ରିଲିଜ ଡେଟକୁ ପରିବର୍ତ୍ତନ କରାଇଛନ୍ତି ବୋଲି ଆଶା କରାଯାଉଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମରେ ବରୁଣ ଧୱନ, ଆଲିଆ ଭଟ୍ଟ, ସଂଜୟ ଦତ୍ତ, ମାଧୁରୀ ଦିକ୍ଷୀତ, ସୋନାକ୍ଷୀ ସିହ୍ନା ଏବଂ ଆଦିତ୍ୟ ରୟ କପୁରଙ୍କ ପରି କଳାକାର ନଜର ଆସିବେ । ଫିଲ୍ମ ବଟି ଏବେ ୧୯ ଏପ୍ରିଲ ବଦଳରେ ୧୭ ଏପ୍ରିଲରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More