Only for Entertainment

‘ଷ୍ଟ୍ରିଟ ଡ୍ୟାନ୍ସର ୩’ର ଦୁଇଟି ନୂଆ ପୋଷ୍ଟର ରିଲିଜ, ଦେଖିବାକୁ ମିଳିଲା ବରୁଣ-ଶ୍ରଦ୍ଧାଙ୍କ ଅଲଗା ଅନ୍ଦାଜ

Latestly
45

ବରୁଣ ଧୱନ-ଶ୍ରଦ୍ଧା କପୁରଙ୍କ ଆଗାମୀ ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନ୍ସର ୩’ର ଦୁଇଟି ନୂଆ ପୋଷ୍ଟର ରିଲିଜ କରାଯାଇଛି । ଏହି ଦୁଇଟି ପୋଷ୍ଟରରେ ବରୁଣ ଏବଂ ଶ୍ରଦ୍ଧାଙ୍କ ଫିଲ୍ମୀ ଲୁକ୍ସ ଦେଖିବାକୁ ମିଳିଛି । ଗୋଟିଏ ଦିନ ପୂର୍ବରୁ ହିଁ ଫିଲ୍ମର ମେକର୍ସ ଫିଲ୍ମର ନାମ ଘୋଷଣା କରିଥିଲେ । ଏହା ସହିତ ମେକର୍ସ ଫିଲ୍ମର ରିଲିଜ ଡେଟ ମଧ୍ୟ ଜାରି କରିଛନ୍ତି । କହିରଖୁଛୁ ଯେ, ମେକର୍ସ ଫିଲ୍ମର ଟାଇଟଲ ଘୋଷଣା କରିବା ସହିତ ଏକ ଟିଜର ମଧ୍ୟ ରିଲିଜ କରିଥିଲେ ଯେଉଁଥିରେ ‘ଷ୍ଟ୍ରିଟ ଡ୍ୟାନ୍ସର ୩’ ଲେଖାହୋଇଥିଲା । ଏହା ପରେ ଫିଲ୍ମର ଏହି ଟିଜର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା ।


ରିଲିଜ ହୋଇଥିବା ଦୁଇଟି ନୂଆ ପୋଷ୍ଟରରେ ଗୋଟିଓରେ ବରୁଣ ଏବଂ ଅନ୍ୟ ପୋଷ୍ଟରରେ ଶ୍ରଦ୍ଧା କପୁରଙ୍କୁ ଦେଖିବାକୁ ମିଳିଛି । ପୋଷ୍ଟରେ ଦୁହିଁଙ୍କର ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । ବରୁଣ ଧୱନ ‘ଷ୍ଟ୍ରିଟ ଡ୍ୟାନ୍ସର ୩’ର ପୋଷ୍ଟରକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।


ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇବେ ରେମୋ ଡିସୁଜା । ଫିଲ୍ମରେ ବରୁଣ-ଶ୍ରଦ୍ଧାଙ୍କ ଯୋଡିକୁ ଲିଡ ଚରିତ୍ରରେ ଦେଖିବାକୁ ମିଳିବ । ଫିଲ୍ମର ସୁଟିଂ ପୂରା କରିବା ପାଇଁ ପୂରା ଟିମ ୧୦ ଫେବୃଆରୀରରେ ଲଣ୍ଡନ ଯିବେ । ଫିଲ୍ମ ୮ ନଭେମ୍ବରରେ ରିଲିଜ ହେବ । ଆଶା କରାଯାଉଛି ଯେ ଏବିସିଡି ଓ ଏବିସିଡି-୨ ପରି ଏହି ଫିଲ୍ମ ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More