Only for Entertainment

ଇନ୍‌ଷ୍ଟା ପୋଷ୍ଟ ଦେଖି ଚିକିତ୍ସିତ ହେଉଥିବା ନୃତ୍ୟଶିଳ୍ପୀଙ୍କୁ ୫ଲକ୍ଷ ଟଙ୍କାର ସହାୟତା ଦେଲେ ବରୁଣ

33

ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନ ଜଣେ ଯୁବକଙ୍କୁ ୫ଲକ୍ଷ ଟଙ୍କା ସହାୟତା ଦେଇ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଏଭଳି କାମ ଏବେ ତାଙ୍କୁ ରିୟଲ ହିରୋ ବନାଇଛି । ଏହି ଖବର ପ୍ରସାର ହେବା ପରେ ବରୁଣଙ୍କୁ ଲୋକେ ପ୍ରଶଂସା କରିବା ଆରମ୍ଭ କରି ଦେଇଛନ୍ତି ।

ସୂଚନା ମୁତାବକ, ଉତ୍ତରପ୍ରଦେଶର ମୁରାଦାବାଦ୍‌ରେ ରହୁଥିବା ଇଶାନ ଆହତ ହୋଇ ଚିକିତ୍ସିତ ହେଉଥିବା ଖବରକୁ ନେଇ ନୃତ୍ୟଶିଳ୍ପୀ କାର୍ତ୍ତିକ ରାଜା ଇନ୍‌ଷ୍ଟାରେ ଏକ ପୋଷ୍ଟ କରିଥିଲେ । ପୋଷ୍ଟ ଦେଖି ବରୁଣ କାର୍ତ୍ତିକଙ୍କୁ ମେସେଜ କରି, ଭାଇ, ଏ ଯୁବକଜଣଙ୍କ କିଏ? ମୁଁ କିଭଳି ସାହାଯ୍ୟ କରି ପାରିବି? ଦୟାକରି ମୋତେ ଫୋନ କରି କୁହନ୍ତୁ । ଏହା ପରେ ବରୁଣ କାର୍ତ୍ତିକଙ୍କୁ ସଂପର୍କ କରି ଚିକିତ୍ସା ପାଇଁ ୫ଲକ୍ଷ ଟଙ୍କା ଦେଇଥିଲେ ବୋଲି ଜଣା ପଡ଼ିଛି । ପୂରା ଘଟଣା ‘ଟୁ ଦ କଲ୍‌ଚର’ ନାମକ ଇନ୍‌ଷ୍ଟା ପେଜ୍‌ରେ ସେୟାର କରାଯିବା ପରେ ଘଟଣାଟି ସାମ୍ନାକୁ ଆସିଛି । ପୋଷ୍ଟ ଭାଇରାଲ ହେବା ପରେ ଲୋକେ ବରୁଣଙ୍କୁ ରିୟଲ ହିରୋ ବୋଲି କହିବା ଆରମ୍ଭ କରି ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More