Only for Entertainment

ଏବିସିଡି ୩’ ପାଇଁ ବରୁଣ ଧୱନ ବଦଳାଇଲେ ଲୁକ, ନୂଆ ଅନ୍ଦାଜରେ ଫଟୋ ଭାଇରାଲ !

38

ବଲିଉଡ ଅଭିନେତା ବରୁଣ ଧୱନ ନିଜ ଅପକମିଂ ଫିଲ୍ମ ‘ଏବିସିଡି୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ବରୁଣ ଫିଲ୍ମର ପ୍ରଥମ ସିଡ୍ୟୁଲ ଶେଷ କରି ସାରିଛନ୍ତି । ଏବେ ବରୁଣଙ୍କ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ବରୁଣ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ଏହି ଫଟୋରେ ବରୁଣଙ୍କ ହେୟାର ଷ୍ଟାଇଲ ଭିନ୍ନ ରହିଛି । ଅସଲରେ କିଛି ଦିନ ପୂର୍ବେ ବରୁଣ ଏକ ହେୟାର ସେଲୁନ ପାଖରେ ସ୍ପଟ ହୋଇଥିଲେ ।

ଆଜ୍ଞା ହଁ ଫଟୋରେ ବରୁଣ ତାଙ୍କ କେଶକୁ ହାଇଲାଇଟ କରୁଥିବାର ନଜର ଆସିଛନ୍ତି । ଏହାବ୍ୟତୀତ ତାଙ୍କ ହାତ ଏବଂ ଛାତିରେ ଟାଟୁ ଥିବାର ଦେଖିବାକୁ ମିଳିଛି । ଏଥିରୁ ଜଣା ପଡୁଛି ଯେ ବରୁଣ ବକ୍ସ ଅଫିସରେ ନିଜ ଆଗାମୀ ଫିଲ୍ମ ଜରିଆରେ ଧମାଲ ମଚାଇବାକୁ ପ୍ରସ୍ତୁତ ହେଉଛନ୍ତି ।
ରେମୋ ଡିସୁଜାଙ୍କ ଏହି ଫିଲ୍ମ ଏବିସିଡି ସିରିଜର ୩ୟ ପାର୍ଟ ଅଟେ , ଯେଊଁଥିରେ ପୁଣି ଥରେ ବରୁଣ ଧୱନ ନଜର ଆସିବେ । ଫିଲ୍ମରେ ତାଙ୍କ ସାଥ ଦେବେ ପୁଣିଥରେ ଶ୍ରଦ୍ଧା କପୂର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More