Only for Entertainment

କେବେ ୯୬କେଜି ଥିଲେ ସାରା ଅଲୀ ଖାନ, ଏବେ ଫିଟ ରହିବା ପାଇଁ ଖାଉଛନ୍ତି ଏହିଭଳି ଖାଦ୍ୟ !

46

ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନ ନିଜ ଫିଟନେସକୁ ନେଇ ଖୁବ ଚର୍ଚ୍ଚାରେ ରହିବାକୁ ଲାଗିଛନ୍ତି । ନିଜକୁ ସେ ଫିଟ ଫିଟ ରଖିବା ପାଇଁ ଅନେକ ପ୍ରକ୍ରିୟା ଆପଣାଉଛନ୍ତି । ନିକଟରେ ଅଭିନେତ୍ରୀ ବରୁଣ ଧୱନ ସାରା ଅଲୀ ଖାନଙ୍କ ସିକ୍ରେଟର ଖୁଲାସା କରିଛନ୍ତି । ଷ୍ଟାରରେ ସାରାଙ୍କ ଲଂଚ ଫଟୋ ଇନଷ୍ଟାଗ୍ରାମ ପୋଷ୍ଟରେ ଶେୟାର କରିଛନ୍ତି ।

ଶେୟାର କରିଥିବା ଫଟୋରେ ଖୁବ କମ ଖାଇବା ଦେଖିବାକୁ ମିଳିଛି । ଗୋଟିଏ ସବ୍ଜି , ଛୋଟ ବ୍ରେଡ ଏବଂ ୩ଟି କାକୁଡିର ଖଣ୍ଡ । ଏହି ଫଟୋରେ କ୍ୟାପଶନରେ ବରୁଣ ଲେଖିଛନ୍ତି ଯେ ଲଂଚ । ତେବେ ଏଠାରେ ଅନୁମାନ ହେଉଛି ଯେ ନିଜ ଫିଟନେଓ ଉପରେ ଖୁବ ଧ୍ୟାନ ଦେଉଛନ୍ତି । ସାରା ସବୁବେଳେ ଜିମ ମଧ୍ୟ ଯାଉଛନ୍ତି ।

ଅସଲରେ କଲେଜ ଦିନରେ ଏହି ଅଭିନେତ୍ରୀଙ୍କର ପିସିଓଡି ଥିଲା,ଯେଉଁକାରଣରୁ ଓଜନ ବୃଦ୍ଧି ହେବାକୁ ଲାଗିଥିଲା । କିନ୍ତୁ ଏବେ ଇଣ୍ଡଷ୍ଟ୍ରିର ପାଦ ରଖିବା ପାଇଁ ସାରା ଖୁବ ୱାର୍କଆଉଟ କରିଥିବା ଦେଖିବାକୁ ମିଳୁଛି । ସେ ପିଜ୍ଜା ଠାରୁ ସିଧା ସାଲାଡ ଉପରକୁ ଆସିଯାଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ସାରା ଏବଂ ବରୁଣ ନିଜ ଆଗାମୀ ଫିଲ୍ମ ‘କୁଲି ନମ୍ବର୧’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ଫିଲ୍ମ ମେକର ଡେବିଡ ଧୱନଙ୍କ ପୁରୁଣା ଫିଲ୍ମ ‘କୁଲି ନମ୍ବର୧’ର ରିମେକ ଅଟେ । ଏହି ଫିଲ୍ମ ଆସନ୍ତା ବର୍ଷ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More