Only for Entertainment

ବରୁଣ ଧୱନ ସେୟାର କଲେ ‘କଳଙ୍କ’ର ପୋଷ୍ଟର, କ୍ୟାପସନରେ ଲେଖିଲେ ଏହି କଥା

abp news
56

ଫିଲ୍ମମେକର କରଣ ଜୋହରଙ୍କ ବ୍ୟାନରରେ ନିର୍ମିତ ଫିଲ୍ମ ‘କଳଙ୍କ’କୁ ଦର୍ଶକ ଅପେକ୍ଷା କରି ରହିଛନ୍ତି । ଫିଲ୍ମର କିଛି ଷ୍ଟାରର୍ସ ଏହାର ସୁଟିଂ ଶେଷ କରି ସାରିଥିବା ବେଳେ ଅନ୍ୟ କିଛି ସୁଟିଂ ବାକି ରହିଛି । ଫ୍ୟାନ୍ସ ଫିଲ୍ମକୁ ନେଇ ଏତେ ଅକ୍ସାଇଟେଡ ଯେ, ନିଜେ ନିଜ ପୋଷ୍ଟର ତିଆରି କି ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି ।

ନିକଟରେ ବରୁଣ ଧୱନ ଫିଲ୍ମର ଏକ ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟର ସହିତ ସେ କ୍ୟାପସନରେ ଲେଖିଥିଲେ, ଏହା ଏକ ଫ୍ୟାନ ପୋଷ୍ଟର । ପୋଷ୍ଟରରେ ଦୁଇଟି ପାର୍ଟସରେ ଫଟୋ ଲଗାଯାଇଛି । ଏହି ଫଟୋଲରେ ଫିଲ୍ମର ପୀରା ଷ୍ଟାରକାଷ୍ଟଙ୍କୁ ଦେଲଖିବାକୁ ମିଳିଛି । କହିରଖୁଛୁ ଯେ, ଏହା ଷ୍ଟାରର୍ସଙ୍କ ପୁରୁଣା ଫଟୋ ଅଟେ । ଯାହାକୁ ଏକାଠି କରାଯାଇ ଏହି ପୋଷ୍ଟରକୁ ତିଆରି କରାଯାଇଛି ।

kalank

କହିରଖୁଛୁ ଯେ, ଫିଲ୍ମର କାହଣୀ ଭାରତ-ପାକ ବିଭାଜନ ଉପରେ ଆଧାରିତ । ଏହି ଫିଲ୍ମକୁ କରଣ ଜୋହରଙ୍କ ପିତା ୟଶ ଜୋହର ନିର୍ମାଣ କରିବା ପାଇଁ ପ୍ଲାନିଂ କରିଥିଲେ । କିନ୍ତୁ କୌଣସି କାରଣରୁ ଏହା ହୋଇପାରିଲା ନାହିଁ ।

ଏବେ ଏହି ଫିଲ୍ମର ନିର୍ମାଣ କରଣ ଜୋହର କରୁଛନ୍ତି । ଏହାର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ଅଭିଷେକ ବର୍ମନ । ଫିଲ୍ମରେ ମାଧୁରୀ ଦିକ୍ଷୀତ, ସଂଜୟ ଦତ୍ତ, ବରୁଣ ଧୱନ, ଆଲିଆ ଭଟ୍ଟ, ଆଦିତ୍ୟ ରୟ କପୁର ଏବଂ ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଜରିଆରେ ମାଧୁରୀ ଏବଂ ସଂଜୟ ୨୧ ବର୍ଷ ପରେ ଏକା ସହିତ ନଜର ଆସିବେ । ଫିଲ୍ମ ୧୯ ଏପ୍ରିଲରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More