Only for Entertainment

୨୦୨୦ରେ ବିବାହ ବନ୍ଧନରେ ବାନ୍ଧି ହେବେ ବରୁଣ ଧୱନ, ପାପା ଡେଭିଡ ଧୱନ ଲଗାଇଲେ ମୋହର

Latestly
17

ଅଭିନେତା ବରୁଣ ଧୱନ ଏବଂ ନତାଶା ଦଲାଲ ନିଜ ରିଲେସନସିପକୁ ନେଇ ଏବେ ଖୁବ ଚର୍ଚ୍ଚାରେ । ପ୍ରତ୍ୟେକ ଦିନ ବରୁଣ ଏବଂ ନତାଶାଙ୍କ ବିବାହକୁ ନେଇ କିଛି ନା କିଛି ଖବର ଛପିବାରେ ଲାଗିଛି । ଏପରି ବରୁଣଙ୍କ ବିବାହକୁ ତାଙ୍କ ଫ୍ୟାନ୍ସ ମଧ୍ୟ ଅପେକ୍ଷା କରି ରହିଛନ୍ତି । ନିକଟରେ ନତାଶା ବରୁଣଙ୍କ ଜନ୍ମଦିନରେ ନିଜ ଭଲପାଇବାକୁ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିଥିଲେ ।

ଏକ ଖବରକାଗଜକୁ ଇଣ୍ଟରଭ୍ୟୁ ଦେଇ ଡେଭିଡ କହିଥିଲେ ଯେ, ବରୁଣଙ୍କ ବିବାହ ଆଗାମୀ ବର୍ଷ ହୋଇପାରେ । ମୁଁ ଏହି ସମ୍ପର୍କକୁ ନେଇ ଖୁବ ଖୁସି ଅଛି । ଏକ ପିତାକୁ ଆଉ କ’ଣ ଦରକାର ? ଏବେ ଡେଭିଡ ଖୁସି ଖୁସି ଏହି ସମ୍ପର୍କକୁ ମଂଜୁରୀ ଦେଇସାରିଥିବା ବେଳେ ଦୁହେଁ ଖୁବ ଶୀଘ୍ର ବିବାହ କରିବେ ବୋଲି ଆଶା କରାଯାଇଛି ।

varun

କହିରଖୁଛୁ ଯେ, ବରୁଣଙ୍କ ଜନ୍ମଦିନରେ ତାଙ୍କ ନୂଆ ଫିଲ୍ମର ଘୋଷଣା ହୋଇଯାଇଛି । ଏହି ଫିଲ୍ମକୁ ଡେଭିଡ ଧୱନ ହିଁ ନିର୍ଦ୍ଦେଶନା ଦେବେ । ଫିଲ୍ମ ଗୋବିନ୍ଦା ଏବଂ କରିଶ୍ମା କପୁର ଷ୍ଟାରର ଫିଲ୍ମ କୁଲି ନମ୍ବର ୧ର ରିମେକ । ଏହି ଫିଲ୍ମରେ ବରୁଣଙ୍କ ସହିତ ସାରା ଅଲ୍ଲୀ ଖାନ ନଜର ଆସିବେ । ଦୁହେଁ ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More