Only for Entertainment

ଶେଷ ହେଲା ‘ଷ୍ଟ୍ରିଟ୍ ଡ୍ୟାନ୍ସର୍ -ଥ୍ରୀଡି’ର ସୁଟିଂ, ଫିଲ୍ମକୁ ନେଇ ଭାବୁକ ହେଲେ ବରୁଣ ଧୱନ

you tube
56

ବରୁଣ ଧୱନ ଓ ଶ୍ରଦ୍ଧା କପୁର୍ଙ୍କ ଆଗାମୀ ବଲିଉଡ୍ ମୁଭି ‘ଷ୍ଟ୍ରିଟ୍ ଡ୍ୟାନ୍ସର୍- ଥ୍ରୀଡି’ର ସୁଟିଂ ଶେଷ ହୋଇ ଯାଇଛି । ଆଉ ଏହାକୁ ନେଇ ଏକ ଭିଡିଓ ଫ୍ୟାନ୍ ମାନଙ୍କ ସହ ସେୟାର୍ କରିଛନ୍ତି ଅଭିନେତା ବରୁଣ ଧୱନ । ଯେଉଁଥିରେ ଫିଲ୍ମ ସୁଟିଂ ସମୟର କିଛି କିଛି ଝଲକ ଦେଖିବାକୁ ମିଳିଛି । କିଭଳି ‘ଏବିସିଡି – ଟୁ’ରୁ ଆରମ୍ଭ ହୋଇ ଷ୍ଟ୍ରିଟ୍ ଡ୍ୟାନ୍ସର୍ ଯାଏ ପହଁଚି ପାରିଛନ୍ତି ବରୁଣ ସେହି ଅନୁଭୂତିଙ୍କୁ ବଖାଣିଛନ୍ତି ବରୁଣ । ଆଉ ଏଥିପାଇଁ ସେ ନିର୍ଦ୍ଦେଶକ ରେମୋ ଡିସୁଜା, ତାଙ୍କ ସହଯୋଗୀ ଡ୍ୟାନ୍ସର୍ ଏବଂ ଏବିସିଡି ଫିଲ୍ମ ପ୍ରଥମ ଭାଗ କଳାକାର ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଷ୍ଟ୍ରିଟ୍ ଡ୍ୟାନ୍ସର୍ – ଥ୍ରୀଡି ସିନେମା ସୁଟିଂ ସମୟରେ ବରୁଣ ଓ ଶ୍ରଦ୍ଧାଙ୍କୁ ଅନେକ ଥର ଆଘାତ ବି ଲାଗିଛି । ତଥାପି ଫିଲ୍ମ ପାଇଁ ଉଭୟ କଡ୍ଡା ମେହନତ କରିଛନ୍ତି । ଦୁହିଁଙ୍କର ଡ୍ୟାନ୍ସ ଜଲୱା ପୂର୍ବରୁ ଏବିସିଡିରେ ବି ଦେଖିବାକୁ ମିଳିଛି । ନିର୍ଦ୍ଦେଶକ ରେମୋ ଡିସୁଜା ଡ୍ୟାନ୍ସ ଥିମ୍କୁ ନେଇ ପୂର୍ବରୁ ଏବିସିଡି ଓ ଏବିସିଡି – ଟୁ ବନାଇ ଥିବାବେଳେ, ଏବେ ଏହାର ତୃତୀୟ ଭାଗ ଷ୍ଟ୍ରିଟ୍ ଡ୍ୟାନ୍ସର୍ ପ୍ରସ୍ତୁତ କରିଛନ୍ତି । ଏହି ଫିଲ୍ମର ସୁଟିଂ ଏବେ ଶେଷ ହୋଇଛି ।

 

View this post on Instagram

 

Coming to u 24 th jan . Bye bye ?

A post shared by Varun Dhawan (@varundvn) on

ଷ୍ଟ୍ରିଟ୍ ଡ୍ୟାନ୍ସରର ସୁଟିଂ ଶେଷ ହେବା ପରେ ମେକର୍ଙ୍କ ତରଫରୁ ଏହାକୁ ନେଇ ଖାସ୍ ପାର୍ଟିର ଆୟୋଜନ କରାଯାଇଛି । ଯେଉଁଠି ପହଁଚିଥିଲେ ଷ୍ଟ୍ରିଟ୍ ଡ୍ୟାନ୍ସର୍ର ପୁରା ଟିମ୍ । ମେକର୍ ଭୂଷଣ କୁମାର୍, ନିର୍ଦ୍ଦେଶକ ରେମୋ ଡିସୁଜା ଆଉ ଲିଡ୍ ଷ୍ଟାର୍ ବରୁଣ ଧୱନ, ଶ୍ରଦ୍ଧା କପୁରଙ୍କ ସହ ଅଭିନେତ୍ରୀ ନୋରାହ ଫତେହି ମଧ୍ୟ ଆସିଥିଲେ ନଜର । ସିନେମାଟି ଜାନୁୟାରୀ ୨୦୨୦ରେ ମୁକ୍ତିଲାଭ କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More