Only for Entertainment

କଣ ଆପଣ ମଧ୍ୟ ରଖନ୍ତି ଅଫିସର ଏହି ଦିଗରେ ଏହି ବସ୍ତୁ, ତେବେ ହୋଇଯାଆନ୍ତୁ ସାବଧାନ ! ହୋଇପାରେ ଅନେକ କ୍ଷତି ।

arte-d.it
0 42

ଅନେକ ସମୟରେ ବ୍ୟକ୍ତି ନିଜର ବ୍ୟବସାୟରେ ଉନ୍ନତି ଆଣିବା ଲାଗି ଅନେକ ଉପାୟକୁ ଆପଣେଇ ଥାଏ । କିନ୍ତୁ ଏତେ ପରିଶ୍ରମ ପରେ ମଧ୍ୟ ବ୍ୟବସାୟରେ କ୍ଷତିର ସାମ୍ନା କରିବାକୁ ପଡିଥାଏ । ଏହିଭଳି ଭାବେ ବ୍ୟବସାୟରେ ବାରମ୍ବାର ମିଳୁଥିବା କ୍ଷତି ବାସ୍ତୁ ଦୋଷ କାରଣରୁ ମଧ୍ୟ ହୋଇ ଥାଇପାରେ । ତେବେ ଆସନ୍ତୁ ଜାଣିବା ବ୍ୟବସାୟରେ ଉନ୍ନତି ଆଣିବା ପାଇଁ କେଉଁ ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଆଗକୁ ଜାଣନ୍ତୁ ବାସ୍ତୁର ଏଭଳି ଟିପ୍ସ, ଯାହା ସାହାଯ୍ୟରେ ଆପଣଙ୍କ ଦୋକାନ ଏବଂ ଅଫିସରେ ଘଟୁଥିବା କ୍ଷତିରୁ ନିଜକୁ ବଂଚାଇ ପାରିବେ –

  • ଅଫିସ ଏବଂ ଦୋକାନ ମାଲିକଙ୍କର ରୁମ ହେବା ଅନୁଚିତ । ବାସ୍ତୁ ହିସାବରେ ଏହାର କୁପ୍ରଭାବ ବ୍ୟବସାୟ ଉପରେ ପଡିଥାଏ ।
    ଦୋକାନର ଦରଜା ସମ୍ମୁଖରେ କୌଣସି ଟେବୁଲ ରଖା ନଯାଇଥିବା ଉପରେ ଧ୍ୟାନ ରଖନ୍ତୁ । ଦରଜାର ସାମ୍ନା ଖାଲି ରହିବା ଶୁଭ ଅଟେ ।
  • ଦୋକାନ ହେଉ କିମ୍ବା ଅଫିସରେ ଗାଢ ରଂଗ ଯେପରିକି ସବୁଜ, ନୀଳ, କଳା ରଂଗ ନ ଲଗାନ୍ତୁ ସେଥିପ୍ରତି ଧ୍ୟାନ ରଖିବା ନିହାତି ଆବଶ୍ୟକ । ଏହା ପରିବର୍ତ୍ତେ କାନ୍ଥରେ ଧଳା, କ୍ରିମ, ହଳଦିଆ ରଂଗ ଶୁଭ ମାନା ଯାଇଥାଏ । ଏହାଦ୍ୱାରା ଅଫିସର କୁଶକ୍ତିର ପ୍ରଭାବ ରହି ନଥାଏ ।
  • ଧନ ଦେବତା ଉତ୍ତରରେ ପ୍ରବେଶ କରିଥାଆନ୍ତି ବୋଲି ବାସ୍ତୁରେ ବିଶ୍ୱାସ ରହିଛି । ତେବେ ଉତ୍ତର ଦିଗରେ ଟଙ୍କା ରଖିବାର ବ୍ୟବସ୍ଥା କରନ୍ତୁ ।
  • ବାସ୍ତୁ ଅନୁସାରେ, ଗୋଟିଏ ଟେବୁଲ ଉପରେ ଜଣେ ବ୍ୟକ୍ତିରୁ ଅଧିକ ବ୍ୟକ୍ତି ବସି କାମ କରିବା ଉଚିତ ନୁହେଁ । ଏହା କରିବାଦ୍ୱାରା ସମସ୍ତଙ୍କ କାର୍ଯ୍ୟରେ କୁପ୍ରଭାବ ପଡିପାରେ ।
  • ଅଫିସ ହେଉ କିମ୍ବା ଦୋକାନର ବସିବା ପାଇଁ ଏପରି ହେବା ଉଚିତ ଯେଉଁଥିରେ କି କୌରସି ବ୍ୟକ୍ତିଙ୍କ ପିଠି ଅଫିସର ମୁଖ୍ୟ ଦ୍ୱାର ଆଡକୁ ନରହିବ ।
  • ଅଫିସ କିମ୍ବା ଦୋକାନର ଉତ୍ତର-ପୂର୍ବ ଦିଗରେ କାଚ ଲଗାଇବା ଉଚିତ । ଏହା କରିବା ବ୍ୟାପାର ବୃଦ୍ଧିରେ ଲାଭ ସ୍ୱରୂପ ଅଟେ ।
    ଦୋକାନର ଉତ୍ତର-ପୂର୍ବରେ ଜୋତା ଚପଲ ଆଦି ରଖନ୍ତୁ ନାହିଁ ଏହାଦ୍ୱାରା ବ୍ୟାପାରରେ କ୍ଷତି ସହିବାକୁ ପଡିଥାଏ ।
  • ଅଫିସ କିମ୍ବା ଦୋକାନ ପୂର୍ବ ଦିଗରେ କାଠ ନିର୍ମିତ ଆଲମାରୀ, ଫର୍ନିଚର, ଗଛ କିମ୍ବା ଫଟୋ ଲଗାନ୍ତୁ ଏହା ବ୍ୟାପାର ବୃଦ୍ଧି ପାଇଁ ଶୁଭ ଅଟେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More