Only for Entertainment

କୌଣସି କାମ ପୂରା ହେବା ପରିବର୍ତ୍ତେ ଅଧା ରହି ଯାଉଥିଲେ ପାଖରେ ରଖନ୍ତୁ ମୟୂର ପୂଚ୍ଛ

85

ବାସ୍ତୁ ସଂପର୍କୀତ ବିଭିନ୍ନ ସୂଚନା ଆମେ ଆପଣଙ୍କୁ ଦେଇଥାଉ । ଆଜି ମଧ୍ୟ ଆସନ୍ତୁ ସେହିଭଳି କିଛି କଥା ଆଲୋଚନା କରିବା, ଯାହା ମୟୂର ପୂଚ୍ଛ ଉପରେ ପର୍ଯ୍ୟବେଷିତ ।

ମୟୂର ପର ବ୍ୟବହାର କଲେ ଅମଙ୍ଗଳ ଟଳି ଯାଇଥାଏ। ବିଶେଷ କରି ଖରାପ ଆତ୍ମାଙ୍କ ପ୍ରଭାବ କମିଥାଏ।

ବାସ୍ତୁ ଅନୁସାରେ ଘରେ ମୟୂର ପର ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ। ଏହା ସହିତ ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ।

ମୟୂର ପରକୁ କୌଣସି ମନ୍ଦିର କିମ୍ୱା ରାଧା-କୃଷ୍ଣ ମୂର୍ତ୍ତିଙ୍କ ମୁକୁଟରେ ୪୦ ଦିନ ପର୍ଯ୍ୟନ୍ତ ସ୍ଥାପନା କରି ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଲହୁଣି ଓ ମିଶିରି ଲାଗି କରନ୍ତୁ। ପରେ ଏହାକୁ ଆଣି ଘରେ ଆଲମାରୀରେ ରଖନ୍ତୁ। ଏପରି କରିବା ଦ୍ୱାରା ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବିରାଜମାନ କରିଥାଏ ବୋଲି କୁହାଯାଏ। ଏହା ସହିତ ଅଟକି ରହିଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଥାଏ।

ବାସ୍ତୁ ଅନୁସାରେ ମୟୂର ପର କାଳ ସର୍ପ ଦୋଷ ଦୂର କରିଥାଏ। ଯଦି କେହି କାଳ ସର୍ପ ଦୋଷ ଭୋଗ କରୁଥା’ନ୍ତି, ତା’ହେଲେ ସୋମବାର ରାତିରେ ଏକ ତକିଆ ଖୋଳରେ ୭ଟି ମୟୂର ପରକୁ ରଖନ୍ତୁ ଏବଂ ଶୋଇବା ସମୟରେ ଏହି ତକିଆକୁ ବ୍ୟବହାର କରନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More