Only for Entertainment

ଜାତକରୁ ଗ୍ରହଦୋଷ କିଭଳି ଦୂର କରିବେ

dharamvigyan
154

କୁହାଯାଏ ଆପଣ ଯେତେ କଠିନ ପରିଶ୍ରମ କରନ୍ତୁ ବା ଜୀବନକୁ ସରଳ ଭାବରେ ବଂଚିବା ପାଇଁ ଯେତେ ଉପାୟ କରନ୍ତୁ ତାହା ସମ୍ଭବ ହୋଇ ନଥାଏ, ଏହା ବ୍ୟତୀତ ଆପଣ ଶତ ଚେଷ୍ଟା ପରେ ମଧ୍ୟ ସମସ୍ୟା ମଧ୍ୟକୁ ଟାଣି ହୋଇଯାଆନ୍ତି । ସେହିଭଳି କିଛି କଥାକୁ ନେଇ ଆସନ୍ତୁ ଆଲୋଚନା କରିବା ।ବିଭିନ୍ନ ସମସ୍ୟାର କାରଣ ଆପଣଙ୍କ ଘରର ବାସ୍ତୁ ଦୋଷ ହୋଇପାରେ । ଆପଣଙ୍କ ରୋଷେଇ ଘରେ ଥିବା ଏକ ଛୋଟ ଜିନିଷ ମାଧ୍ୟମରେ ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର ହୋଇପାରିବ। ସେହି ଜିନିଷଟି ହେଉଛି ଲଙ୍କା।

ବାସ୍ତୁଶାସ୍ତ୍ର ବିଶାରଦଙ୍କ ମତରେ କେବଳ ଲଙ୍କା ନୁହେଁ ଏଥିରେ ପ୍ରସ୍ତୁତ କିଛି ବ୍ୟଞ୍ଜନ ମଧ୍ୟ ଦାନ କରିପାରିବେ। କିନ୍ତୁ ମନେ ରଖନ୍ତୁ ଲଙ୍କାର ଅଧିକ ବ୍ୟବହାର କରିବା ଉଚିତ ନୁହେଁ। ଏହାକୁ ଆବଶ୍ୟକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ଗ୍ରହମାନଙ୍କ ସ୍ଥିତି ମଜବୁତ୍‌ ହୋଇଥାଏ।
ସର୍ବଦା ଧ୍ୟାନ ରଖନ୍ତୁ ଯେ, ଆପଣ ଯାହାକୁ ଲଙ୍କା ଦାନ କରୁଛନ୍ତି ସେ ଯେପରି ତାହାକୁ ଖୁସିର ସହ ସ୍ୱୀକାର କରନ୍ତି। ତେବେ ଆସନ୍ତୁ ଜାଣିବା କେତେ ମାତ୍ରାରେ ଲଙ୍କା ଦାନ ବା ବ୍ୟବହାର କଲେ ଘର ଓ ଗ୍ରହର ବାସ୍ତୁଦୋଷ ଦୂର ହେବ।

ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କ ଘରେ ସର୍ବଦା କଳହ ହେଉଛି ଓ କିଛି କାର୍ଯ୍ୟ ଠିକ୍‌ ଭାବରେ ହୋଇପାରୁ ନାହିଁ, ତେବେ ଏହା ଅଶୁଭ ସଙ୍କେତ ବୋଲି କୁହାଯିବ। ଏଥିପାଇଁ ଘରେ ଅଧିକ ସମୟ ବିତାଉଥିବା ସ୍ଥାନରେ କଳା ଓ ସବୁଜ ଲଙ୍କା ରଖି ଦିଅନ୍ତୁ। ଏପରି କଲେ ଅସମ୍ଭବ କାର୍ଯ୍ୟ ସୁବିଧାରେ ହୋଇଯିବ ଏବଂ ଘରେ ଶାନ୍ତି ବିରାଜମାନ କରିବ।

ଯଦି ଆପଣଙ୍କ ଜାତକରେ ବୁଧଙ୍କ ସ୍ଥିତି ଖରାପ ରହିଛି, ତେବେ ଲାଲ୍‌ ଲଙ୍କାର ଦାନ କରନ୍ତୁ।

ଜ୍ୟୋତିଷଶାସ୍ତ୍ର ଅନୁସାରେ, କଳା ଲଙ୍କାକୁ ଶନି ଗ୍ରହର କାରକ ବୋଲି କୁହାଯାଇଛି। ଏଥିପାଇଁ କୁଣ୍ଡଳୀରେ ଶନିଦୋଷ ଥିଲେ, ଗୋଟିଏ କଳା ରଙ୍ଗର କପଡାରେ କିଛି କଳା ଲଙ୍କା ବାନ୍ଧି ତା ସହ ଟଙ୍କା ଦାନ କରନ୍ତୁ। ଏପରି କରିବା ଦ୍ୱାରା ଶନିଦେବଙ୍କ କୋପ ଶିଘ୍ର ଶାନ୍ତ ହୋଇଥାଏ।

ଦୋକାନ କିମ୍ବା ବ୍ୟବସାୟରେ ଯଦି କାହାର ନଜର ନ ଲାଗିବା ପାଇଁ ଚାହୁଁଛନ୍ତି, ତେବେ ଲଙ୍କା ଓ ଲେମ୍ବୁର ହାର ପ୍ରସ୍ତୁତ କରି ଦୋକାନ ସମ୍ମୁଖରେ ଟାଙ୍ଗି ଦିଅନ୍ତୁ। ଏପରି କଲେ ବ୍ୟବସାୟରେ ଉନ୍ନତି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ମତ ରହିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More