Only for Entertainment

ଅଶାନ୍ତି ଏବଂ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଁ କରନ୍ତୁ ଏହି ଉପାୟ ।

49

ବାସ୍ତୁ ଦୋଷ ଏକ ବିରାଟ ସମସ୍ୟା କହିଲେ ଭୁଲ ହେବ ନାହିଁ । ଏହା ଯେକୌଣସି ସାମାନ୍ୟତମ ଭୁଲ ଯୋଗୁଁ ସୃଷ୍ଟି ହୋଇଥାଏ । ତେଣୁ ଯେଉଁମାନେ ବାସ୍ତୁକୁ ବିଶ୍ୱାସ କରନ୍ତି ସେମାନେ ଛୋଟ ଛୋଟ ଦିଗ ପ୍ରତି ନଜର ଅନ୍ଦାଜ କରିବା ଅନୁଚିତ । ଆର୍ଥିକ ସମସ୍ୟା ସମସ୍ତଙ୍କର ଥାଏ, କିନ୍ତୁ ତାହା ଦୀର୍ଘ ଦିନ ଧରି ଲାଗି ରହିବାକୁ ବାସ୍ତୁ ସମସ୍ୟା କୁହାଯାଏ । ତେବେ ଏହା ଯଦି ଆପଣଙ୍କ ସହିତ ହେଉଛି ଆପଣ ମଧ୍ୟ ଏଥିପ୍ରତି ଯତ୍ନବାନ ହେବା ଉଚିତ । ତେବେ କିବରି ଏଥିରୁ ମୁକ୍ତି ପାଇବେ ଆସନ୍ତୁ ଆଲୋଚନା କରିବା ।

ଘର ଆଗରେ ତୁଳସୀ ଗଛ ଥିଲେ ବାସ୍ତୁ ଦୋଷ ଦୂର ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଆପଣ ଘର ଆଗରେ ରାମ ତୁଳସୀ, ଶ୍ୟାମ ତୁଳସୀ, ବନ ତୁଳସୀ, ଶ୍ୱେତ ତୁଳସୀ ଏବଂ ନିମ୍ବୁ ତୁଳସୀ ଆଦି ଲଗାଇପାରିବେ।

ସ୍ନାନଘରେ ନୀଳରଙ୍ଗର ବାଲଟି ରଖିବା ଅତ୍ୟନ୍ତ ଶୁଭଦାୟକ। ଏହାକୁ କେବେ ଖାଲି ରଖିବେ ନାହିଁ। ଏହାକୁ ରଖିବା ଦ୍ୱାରା ସୁଖଶାନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ସମୃଦ୍ଧି ହୋଇଥାଏ।

ଘରେ କେବେ ଭଙ୍ଗା ଆଇନା, ଘଣ୍ଟା ଆଦି ରଖନ୍ତୁ ନାହିଁ। ଏହା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଦୂର ହୁଏ ନାହିଁ।

ଘରର ମୁଖ୍ୟଦ୍ଵାରକୁ ସବୁବେଳେ ପରିଷ୍କାର ରଖନ୍ତୁ ଏବଂ ମୁଖ୍ୟଦ୍ଵାରରେ ଗଣେଶଙ୍କ ମୂର୍ତ୍ତି ସହିତ ମୟୂର ପଙ୍ଖ ରଖନ୍ତୁ।

ଆର୍ଥିକ ସମସ୍ୟା ସମସ୍ୟା ଦୂର କରିବା ପାଇଁ ଘରର ପ୍ରବେଶ ଦ୍ୱାର ନିକଟରେ ଲାଫିଙ୍ଗ୍‍ ବୁଦ୍ଧଙ୍କ ମୁର୍ତ୍ତି ରଖନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More