Only for Entertainment

ଧନବୃଦ୍ଧି କରିବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ ।

37

ଧନବୃଦ୍ଧି ପାଇଁ ଆପଣ ବିଭିନ୍ନ ଉପାୟ କରନ୍ତି । ଯେଉଁମାନେ ବାସ୍ତୁ ଶାସ୍ତ୍ର ଉପରେ ବିଶ୍ୱାସ କରନ୍ତି ଏହା ସେମାନଙ୍କ ପାଇଁ କାମରେ ଆସିପାରେ । କାରଣ ଆପଣ ବେଳେ ବେଳେ ବିଭିନ୍ନ ଉପାୟ କରୁଥିଲେ ମଧ୍ୟ ସଠିକ ସ୍ଥାନରେ ପହଂଚି ପାରନ୍ତି ନାହିଁ । ଯେଉଁ କାରଣରୁ ଆପଣଙ୍କ ପ୍ରତ୍ୟେକ ପ୍ରଚେଷ୍ଟା ବିଫଳ ହୋଇଯାଏ । ତେବେ ଆମେ ଅଧିକାଂଶ ସମୟରେ ଧନବୃଦ୍ଧି କରିବାକୁ ନେଇ ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣିତ କେତେକ କଥା ବିଷୟରେ ଜଣାଇଥାଉ । ଆଜି ମଧ୍ୟ ଆସନ୍ତୁ ଆଲେଚନା କରିବା ସେହିଭଳି କିଛି ଉପାୟ ବିଷୟରେ ।

ଫେଙ୍ଗଶୁଇରେ ଧାତୁରେ ତିଆରି ହୋଇଥିବା କଇଁଛର ବେଶ୍ ଅଧିକ ମହତ୍ତ୍ୱ ରହିଛି। ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଯେଉଁ ବ୍ୟକ୍ତିଙ୍କ ଘରର ମୁଖ୍ୟ କକ୍ଷରେ ଏହି ଧାତୁ ନିର୍ମିତ କଇଁଛ ରୁହେ, ତାଙ୍କ ଘରେ ସୁଖ, ଶାନ୍ତି  ବିରାଜମାନ ହେବା ସହ  ଘରର ଉନ୍ନତି ହେବାକୁ ଲାଗେ।

ଘରେ ଧାତୁ ନିର୍ମିତ ପିରାମିଡ ରଖିଲେ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ଫଳରେ ସମସ୍ତ କାମରେ ସଫଳତା ମିଳିଥାଏ। ବେପାରରେ ଉନ୍ନତି ଓ ଚାକିରୀରେ ପଦୋନ୍ନତି ମଧ୍ୟ ହୋଇଥାଏ।

ପେଙ୍ଗଶୁଇ ଅନୁୟାୟୀ ଘରେ ଧଳା ପଥର ରଖିଲେ ବ୍ୟକ୍ତି ଧନବାନ୍ ହୋଇଥାଏ। ଓ କୌଣସି କାମରେ ବାଧା ବିଘ୍ନ ସୃଷ୍ଟି ହେବା ବନ୍ଦ ହୋଇଯାଏ।  ଘରର ଧନ ସମ୍ପତ୍ତି ବୃଦ୍ଧି ହେବାକୁ ଲାଗେ। କେବଳ ଏତିକି ନୁହେଁ ସମାଜରେ ଆପଣଙ୍କୁ ସମ୍ମାନ ମଧ୍ୟ ମିଳିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More