Only for Entertainment

ମଙ୍ଗଳସୂତ୍ର ପିନ୍ଧିବା ସମୟରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ ।

DUSBUS
0 82

ପ୍ରତ୍ୟେକ ବିବାହିତ ସ୍ତ୍ରୀଙ୍କ ପାଇଁ ତାଙ୍କ ମଙ୍ଗଳସୂତ୍ର ଖୁବ ମୂଲ୍ୟବାନ । ଏହି ମଙ୍ଗଳସୂତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ବିବାହ ପରେ ପ୍ରତ୍ୟେକ ବୈବାହିତ ସ୍ତ୍ରୀ ଏହାକୁ ଶ୍ରଦ୍ଧାପୂର୍ବକ ଗଳାରେ ଧାରଣ କରନ୍ତି । ହିନ୍ଦୁ ଧର୍ମ ସହିତ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ମଙ୍ଗଳସୂତ୍ରକୁ ଶୁଭ ବୋଲି ଗ୍ରହଣ କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ତ୍ରୀ ଲୋକମାନଙ୍କୁ ମଙ୍ଗଳସୂତ୍ର ଧାରଣ ସମୟରେ କିଛି କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ଆସନ୍ତୁ ସେ ସବୁ ବିଷୟରେ ଆଲୋଚନା କରିବା ।

ବିବାହିତ ସ୍ତ୍ରୀ ଗଳାରୁ ମଙ୍ଗଳସୂତ୍ର ବାହାର କରିବା ଅନୁଚିତ । କିନ୍ତୁ ଯଦି କୌଣସି କାରଣରୁ ବାହାର କରିବାକୁ ପଡ଼େ ତେବେ ଭଳାରେ କଳା ସୂତା ବାନ୍ଧିବା ଅନିର୍ବାଯ୍ୟ ।

ଜଣେ ଅନ୍ୟ ଜଣଙ୍କର ମଙ୍ଗଳସୂତ୍ର ଧାରଣ କରିବା ଅନୁଚିତ । ଏଭଳି କରିବା ଦ୍ୱାରା ସେହି ସ୍ତ୍ରୀର ପତିର ଆୟୁଷ ହାନୀ ହୋଇଥାଏ ।

ବିବାହିତ ସ୍ତ୍ରୀଙ୍କ ପାଇଁ ସିନ୍ଦୁର ଯେତିକି ଗୁରୁତ୍ୱପୂର୍ଣ୍ଣ ମଙ୍ଗଳସୂତ୍ର ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଏହା ତାଙ୍କ ପତିଙ୍କୁ ଖରାପ ନଜରରୁ ରକ୍ଷା କରିଥାଏ ।

ମଙ୍ଗଳସୂତ୍ରରେ ଥିବା କଳା ମୋତି ଖରାପ ନଜରରୁ ରକ୍ଷା କରିଥାଏ ।

ମଙ୍ଗଳସୂତ୍ରରେ ସୁନା ରହିବା ଆବଶ୍ୟକ ଅଛି । କାରଣ ଏହା ଜୀବନକୁ ସୁଖମୟ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More