Only for Entertainment

ବାସ୍ତୁ ଅନୁସାରେ ଘରର ଝାଡୁ ସମ୍ପର୍କରେ ରହିଛି ଅନେକ ନିୟମ, ଯାହା ମାନିଲେ ହୋଇଥାଏ ଘରର ମଙ୍ଗଳ ।

Brain Remind
0 65

ଘରର ସଫା କରିବା ନିମନ୍ତେ ଝାଡ଼ୁ ଆବଶ୍ୟକ ହୋଇଥାଏ। ଏହା ବିନା ଘର ଦ୍ୱାର ସଫା ସୁତୁରା କରିବା ଯେପରି ଅସମ୍ଭବ। ମାତ୍ର ଏହି ଝାଡ଼ୁ ଘରେ ରଖିବା ଓ ବ୍ୟବହାରରେ କିଛି ନିୟମ ରହିଛି। ଯାହାକୁ ମାନିଲେ ଆପଣଙ୍କ ମଙ୍ଗଳ ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ।

ଝାଡ଼ୁକୁ ମା’ଲକ୍ଷ୍ମୀଙ୍କ ରୂପ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେଣୁ ଏହାକୁ ସାମନାରେ ନ ରଖି ଲୁଚାଇ ରଖିବା ଉଚିତ।
ଝାଡ଼ୁକୁ ପଶ୍ଚିମ ଦିଗରେ ଏକ କୋଣରେ ରଖିବା ଉଚିତ। ଏହା ଦ୍ୱାରା ଧନ ହାନି ହୋଇ ନ ଥାଏ।

ରୋଷେଇ ଘରେ ଝାଡ଼ୁ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଘରର ସଦସ୍ୟମାନଙ୍କର ହେହ ଖରାପ ହୋଇଥାଏ।
ରାତିରେ ଝାଡ଼ୁକୁ ଘରର ଅଗଣାରେ ରଖିବା ଦ୍ୱାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ। ମାତ୍ର ଏହାକୁ ଘର ଅଗଣାରେ କେବଳ ରାତିରେ ହିଁ ରଖାଯାଏ।

ଶନିବାର ଦିନ ଝାଡ଼ୁକୁ ଘରକୁ କିଣି ଆଣନ୍ତୁ ନାହିଁ। ଏହା ଦ୍ୱାରା ଘରେ ଅଶାନ୍ତି ବଢିଥାଏ। ସୂର୍ଯ୍ୟ ଅସ୍ତ ପରେ ଝାଡ଼ୁ କରନ୍ତୁ ନାହିଁ। ଏହା ଦ୍ୱାରା ଘରେ ଧନ ହାନି ହୋଇଥାଏ।

ଝାଡ଼ୁ କରିବା ବେଳେ ଏହାକୁ ଗୋଡ଼ରେ ମାରନ୍ତୁ ନାହିଁ, ଏପରି କଲେ ମା’ଲକ୍ଷ୍ମୀଙ୍କର ଅବମାନନା ହୋଇଥାଏ।
କୌଣସି ପିଲାଙ୍କୁ କିମ୍ବା ପଶୁଙ୍କୁ ଝାଡ଼ୁରେ ମାରନ୍ତୁ ନାହିଁ, ଏହା ଦ୍ୱାରା ଘରେ ଅଶାନ୍ତି ଲାଗି ରହେ ।

ଘରର କୌଣସି ବ୍ୟକ୍ତି ବାହାରକୁ ଗଲେ ସଙ୍ଗେ ସଙ୍ଗେ ଝାଡ଼ୁ କରନ୍ତୁ ନାହିଁ, ଏପରି କଲେ କାର୍ଯ୍ୟରେ ସଫଳତା ମିଳେ ନାହିଁ।

ଝାଡ଼ୁକୁ ଠିଆ କରି ରଖନ୍ତୁ ନାହିଁ, ଏହା ଦ୍ୱାରା ଶତ୍ରୁତା ବଢିଥାଏ।

ପରୁଣା ଘରୁ ନୂଆ ଘରକୁ ଗଲେ ପୁରୁଣା ଝାଡ଼ୁ ସାଙ୍ଗରେ ନିଅନ୍ତୁ ନାହିଁ, ଏପରି କଲେ ଅଶୁଭ ହୋଇଥାଏ।
ଏହି ସବୁ ନିୟମ ମାନିବା ଦ୍ୱାରା ଶୁଭ ଫଳ ମିଳିଥାଏ ବୋଲି ଆପଣ ନିଜେ ଅନୁଭବ କରି ପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More