Only for Entertainment

ସ୍ନାନ ଘର ପାଇଁ ଆପଣାନ୍ତୁ କିଛି ବାସ୍ତୁ ଟିପ୍ସ

Homebuilding & Renovating
59

ବାସ୍ତୁ ଦେଷ ଦୂର କରିବା ପାଇଁ ଲୋକେ ଅନେକ ଉପାୟ ଅବଲମ୍ବନ କରିଥାନ୍ତି । ଘର ପାଇଁ ତ ବାସ୍ତୁ ନିୟମ ସମସ୍ତେ ପାଳନ କରିଥାନ୍ତି । କିନ୍ତୁ ସ୍ନାନ ଘରକୁ ସମସ୍ତ ଅବହେଳା କରିଦିଅନ୍ତି । ଏହି ଅବହେଳା ପାଇଁ ଅନେକ ଅଶାନ୍ତି ଦେଖାଯାଇଥାଏ । ତେବେ ଆସନ୍ତୁ ଜାଣିବା ସ୍ନାନ ଘର ସମ୍ପର୍କରେ କିଛି ବାସ୍ତୁ ଟିପ୍ସ ଯାହାକୁ ପାଳନ କରିବା ଦ୍ୱାରା ଘରେ ସୁଖ ଶାନ୍ତି ଦେଖାଯାଇଥାଏ ।

ସ୍ନାନଘରେ ନୀଳରଙ୍ଗର ବାଲଟି ରଖିବା ଅତ୍ୟନ୍ତ ଲାଭଦାୟକ ଅଟେ। ଏହାକୁ ରଖିବା ଦ୍ୱାରା ସୁଖଶାନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ସମୃଦ୍ଧି ହୋଇଥାଏ। ବାଲଟିକୁ କେବେ ଖାଲି ରଖିବା ଉଚିତ ନୁହେଁ। ଅଳ୍ପ ପାଣି ମଧ୍ୟ ହେଉ ଏଥିରେ ରହିବା ଆବଶ୍ୟକ। ଗୃହର ବିଭିନ୍ନ କକ୍ଷ ମାନଙ୍କ ମଧ୍ୟରୁ ଗାଧୁଆ ଘର ଏକ ସାଧାରଣ କକ୍ଷ ଅଟେ। ମାତ୍ର ଏହି କକ୍ଷ ବହୁ ବାସ୍ତୁ ସହ ମଧ୍ୟ ସମ୍ବନ୍ଧୀତ ହୋଇରହିଛି। ଯାହା ବହୁ ଶୁଭଅଶୁଭ ଫଳ ପ୍ରଦାନ କରିଥାଏ। ଏହି କଥା ପ୍ରତି ଧ୍ୟାନ ନଦେଲେ ଜୀବନରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ।

ସ୍ନାନଘର ଗୃହର ଏକ ଗୁରୁତ୍ୱପୂର୍ଣ୍ଣ କକ୍ଷ ଅଟେ। ଏହି ସ୍ଥାନର ସମ୍ବନ୍ଧ ଧନଲାଭ ସହ ମଧ୍ୟ ଜଡ଼ିତ ଅଟେ। ବାସ୍ତୁ ଅନୁଯାୟୀ ଗାଧୁଆ ଘରେ ନୀଳରଙ୍ଗର ବାଲଟି ରଖିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ସ୍ନାନଘର କବାଟର ଠିକ୍‍ ସମ୍ମୁଖରେ ଦର୍ପଣ ରଖିବା ଉଚିତ ନୁହେଁ । ଏହା ଅଶୁଭ ପ୍ରଭାବ ପକାଇଥାଏ।

ଗାଧୋଇସାରି ଆସିବା ପରେ ଏହାର କବାଟକୁ ଖୋଲା ରଖିବା ଉଚିତ ନୁହେଁ, ଏହା ଦ୍ୱାରା ନକାରତ୍ମକ ଶକ୍ତି ପ୍ରବେଶ କରିଥାଏ।
ଯହି ଶୋଇବା କକ୍ଷ ମଧ୍ୟରେ ସ୍ନାନଘର ରହିଥାଏ, ତେବେ ଏହାର କବାଟ ସର୍ବଦା ବନ୍ଦ କରି ରଖନ୍ତୁ। ବାସ୍ତୁ ଅନୁଯାୟୀ ଏପରି ନକଲେ ଏହାର କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More