Only for Entertainment

ଶାସ୍ତ୍ର ଅନୁସାରେ କେଉଁ ବାରରେ କଣ କରିବା ଶୁଭ ଏବଂ ଅଶୁଭ, ଆସନ୍ତୁ ଜାଣିବା ।

vastu
0 120

ଶାସ୍ତ୍ରବିତଙ୍କ ମତରେ କେଉଁ ଦିନ କେଉଁ କାର୍ଯ୍ୟ କରିବେ କେଉଁ ଦିନ କରିବେ ନାହିଁ ସେ ନେଇ  ନିର୍ଦ୍ଧିଷ୍ଟ ନିୟମ ରହିଛି। ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହାର କାରଣ ମଧ୍ୟ ଉଲ୍ଲେଖ କରାଯାଇଛି। ତେବେ  ଆସନ୍ତୁ ଜାଣିବା ହିନ୍ଦୁ ଧର୍ମ ଅନୁସାରେ କେଉଁ ଦିନ କେଉଁ କାର୍ଯ୍ୟ କରିବା ଉଚିତ ଏବଂ କେଉଁ କାର୍ଯ୍ୟ କରିବା ଅନୁଚିତ।

ସୋମବାର ଦିନ ମୁଣ୍ଡରେ ତେଲ ଲଗାନ୍ତୁ ନାହିଁ। ଏହା ଦ୍ୱାରା ଶାରୀରିକ ଅସୁସ୍ଥତା ଲାଗି ରହେ।

କୁହାଯାଏ ରବିବାର, ମଙ୍ଗଳବାର ଗୁରୁବାର ଦିନ ଲୁଣ ଖାଇବା ଅନୁଚିତ। ଏହା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଏପରିକି ସମସ୍ତ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ।

ବୁଧବାର ଦିନ କାହାରିକୁ  ଋଣ ବା ଉଧାର ଦିଅନ୍ତୁ ନାହିଁ। ଏହା ଦ୍ୱାରା ଅଭାବ ଲାଗି ରହିଥାଏ।

ଗୁରୁବାର ଦିନ ଚୁଟି, ଦାଢି ନିଶ ନଖ କାଟନ୍ତୁ ନାହିଁ।ଏପରି କରିବା ଅଶୁଭ ହୋଇଥାଏ।

ଶନିବାର ଦିନ ତେଲ, କାଠ, କୋଇଲା, ଲୁଣ କିଣନ୍ତୁ ନାହିଁ। ଏପରି କରିବା ଦ୍ୱାରା ଜୀବନରେ ବାଧା ସୃଷ୍ଟି ହୋଇଥାଏ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More