Only for Entertainment

ଆର୍ଥିକ ସମସ୍ୟାରୁ ବଂଚାଇଥାଏ ବାସ୍ତୁଶାସ୍ତ୍ରର ଏହି ଉପାୟ ।

bloemfonteincourant
0 93

ଧନବାନ ହେବା ଲାଗି ଧନ କମେଇବା ଯେତିକି ଜରୁରୀ ଧନ ବଂଚାଇବ ମଧ୍ୟ ସେତିକି ଜରୁରୀ ଅଟେ । ମାତ୍ର ଅନେକ ଥର ଆପଣ ଚାହିଁକି ମଧ୍ୟ ଧନ ବଂଚାଇ ରଖି ପାରନ୍ତି ନାହିଁ, ହଠାତ କିଛି ଏଭଳି ଖର୍ଚ୍ଚ ଆସେ ବଜେଟ ବିଗିଡିଯାଏ । ବାସ୍ତୁଶାସ୍ତ୍ରରେ କିଛି ସାମାନ୍ୟ ଉପାୟ ବତାଯାଇଛି ଯାହାକୁ ପାଳନ କଲେ ଆକସ୍ମିକ ଖର୍ଚ୍ଚରୁ ଆପଣ ବର୍ତ୍ତି ପାରିବେ ।

ଧନ ରଖିବାର ଉଚିତ ଦିଗ

ଧନ ରଖିବା ଲାଗି ଆମେ ଆଲମାରୀ କିମ୍ବା ଲକରର ବ୍ୟବହାର କରିଥାଉ । ଏହାକୁ ଦକ୍ଷିଣ ଦିଗକୁ କାନ୍ଥରେ ଲଗାଇ ରଖନ୍ତୁ ମାତ୍ର ଏହାର ମୁହଁ ଉତ୍ତରକୁ ହେବା ଉଚିତ । ପୂର୍ବ ଦିଗ ଆଡକୁ ମୁହଁ କରିବା ଦ୍ୱାରା ମଧ୍ୟ ଧନ ବୃଦ୍ଧି ହୋଇଥାଏ ।

Water drop falling from an old tap

ନଳ ବଦଳାନ୍ତୁ

ନଳରୁ ପାଣି ସମସ୍ତ ସମୟରେ ପଡିବା ବାସ୍ତୁଶାସ୍ତ୍ର ଅନୁସାରେ ଏହାଦ୍ୱାରା ଆର୍ଥିକ ସମସ୍ୟା ବୃଦ୍ଧି ପାଇଥାଏ । ଏହା ସବୁଠାରୁ ବଡ କାରଣ ଅଟେ । ମାତ୍ର ଲୋକମାନେ ଏହାକୁ ଅଣଦେଖଶ କରିଥାଆନ୍ତି । ବାସ୍ତୁ ନିୟମ ଅନୁସାରେ ନଳରୁ ପାଣି ଟପକିବା ଧୀରେ ଧୀରେ ଧନ ଖର୍ଚ୍ଚ ହେବାର ସଂଙ୍କେତ ଅଟେ । ଏପରି ହେଲେ ଶୀଘ୍ର ନଳ ବଦାଳାଇ ଦିଅନ୍ତୁ ।

 

କାନ୍ଥରେ ଟଙ୍ଗାନ୍ତୁ ଧାତୁର ବସ୍ତୁ

ଶୟନକକ୍ଷର ପ୍ରବେଶ ଦ୍ୱାରର ସମ୍ମୁଖରେ ଥିବା କାନ୍ଥରେ କଣରେ କୌଣସି ଧାତୁ ଜିନିଷ ଟଙ୍ଗାଇ ରଖନ୍ତୁ । ବାସ୍ତୁଶାସ୍ତ୍ର ଅନୁସାରେ ଏହି ସ୍ଥାନ ଭାଗ୍ୟ ଏବଂ ସମ୍ପତ୍ତି ର କ୍ଷେତ୍ର ଅଟେ । ଏହି ଦିଗରେ ଯଦି କାନ୍ଥରେ କିଛି କଣା କି ଭଙ୍ଗା ଅଛି ତେବେ ଏହାକୁ ତୁରନ୍ତ ମରାମତି କରନ୍ତୁ । ଏହି ଦିଗରେ କିଛି ଏଭଳି ହୋଇଥିଲେ ଏହା ମଧ୍ୟ ଆର୍ଥିକ ସମସ୍ୟାର କାରଣ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More