Only for Entertainment

ବାସ୍ତୁ ଅନୁସାରେ ନିର୍ମାଣ କରନ୍ତୁ ବଗିଚା ।

interior designing
0 48

ସୁନ୍ଦର ବଗିଚାଟିଏ କରିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ଥାଏ । ଗବିଚା ମନକୁ ପ୍ରଫୁଲ୍ଲ କରିବା ସହିତ ଏବଂ ନୂଆ ଶକ୍ତି ଦେଇଥାଏ । ତେବେ କିଛି ଜରୁରୀ ବାସ୍ତୁ ଟିପ୍ସ ଅନୁସରଣ କରି ଆପଣ ଏକ ସୁନ୍ଦର ବଗିଚା ପ୍ରସ୍ତୁତ କରିପାରିବେ, ଯାହାର ସୁପ୍ରଭାବ ଘର ଉପରେ ମଧ୍ୟ ପଡିଥାଏ।

  • ବାସ୍ତୁ ଅନୁସାରେ ଘରର ଉତ୍ତର କିମ୍ବା ପଶ୍ଚିମ ଦିଗରେ ବଗିଚା କରିବା ଶୁଭ ବୋଲି କୁହାଯାଏ। ବଗିଚାରେ ଯଦି ତୁଳସୀ ଗଛ ଲଗାଉଥାନ୍ତି ତେବେ ଏହାକୁ ଉତ୍ତର, ପୂର୍ବ ବା ଉତ୍ତର-ପୂର୍ବ ଦିଗରେ ଲଗାନ୍ତୁ।
  • ବଗିଚାରେ ବର ବା ଓସ୍ତ ଗଛ ଲଗାଇବା ଆଦୌ ଉଚିତ ନୁହେଁ।
  • ଘରର ମୁଖ୍ୟଦ୍ୱାର ସାମ୍‌ନାରେ କୌଣସି ଗଛ ଲଗାଇବା ଆଦୌ ଉଚିତ ନୁହେଁ। ଏହା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ପ୍ରବେଶ କରିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ ରହିଛି।
  • ଉଚ୍ଚ ଏବଂ ଘନ ଗଛଗୁଡିକୁ ଘରର ଦକ୍ଷିଣ ବା ପଶ୍ଚିମ ଦିଗରେ ଲଗାଇବା ଉଚିତ।
  • ଛୋଟ ଏବଂ ଲତାଯୁକ୍ତ ଗଛଗୁଡିକୁ ଘରର ପୂର୍ବ ବା ଉତ୍ତର ଦିଗରେ ଲଗାନ୍ତୁ।
  • ଶୁଭଫଳ ପ୍ରାପ୍ତି ପାଇଁ ଲତାଯୁକ୍ତ ଗଛଗୁଡିକୁ ଘରର ମୁଖ୍ୟଦ୍ୱାର ନିକଟରେ ଲଗାନ୍ତୁ। ଏହାକୁ କଦାପି ଘରର ପାଚେରିରେ ଲଗାନ୍ତୁ ନାହିଁ।
  • କଣ୍ଟାଯୁକ୍ତ କାକ୍‌ଟସ୍‌ ଗଛକୁ କଦାପି ବଗିଚାରେ ଲଗାନ୍ତୁ ନାହିଁ। ଏହା ଦ୍ୱାରା ଘରେ ସର୍ବଦା ଅଶାନ୍ତି ଲାଗି ରହିଥାଏ।
  • ଆମ୍ବ, କଦଳୀ ଏବଂ ପିଜୁଳି ଗଛକୁ ଘରଠାରୁ ଅନତି ଦୂରରେ ଲଗାନ୍ତୁ।
  • ନଡ଼ିଆ ବା ଡାଳିମ୍ବ ଗଛ ବଗିଚାରେ ଲଗାଇବା ଶୁଭ ବୋଲି କୁହାଯାଏ।
  • ଗୋଲାପ, ମଲ୍ଲୀ ଏବଂ ଚମ୍ପା ଫୁଲଗଛ ବଗିଚାରେ ଲଗାନ୍ତୁ। ଏହା ଶୋଭାବର୍ଦ୍ଧକ ହେବା ସହ ସୌଭାଗ୍ୟ ମଧ୍ୟ ପ୍ରଦାନ କରିଥାଏ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More