Only for Entertainment

ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ଉପାୟ l

youtube
0 74

ଘର କରିବା ସମୟରେ ବାସ୍ତୁ ଦୋଷ ରହିଲେ ଘରର ସଦସ୍ୟମାନଙ୍କ ଉପରେ ଏହା ନକରାତ୍ମକ ପ୍ରଭାବ ପକାଇଥାଏ । ତେବେ କିଛି ଉପାୟ ଅବଲମ୍ବନ କରିବା ଦ୍ୱାରା ଆପଣ ଖୁବ ସହଜରେ ବାସ୍ତୁ ଦୋଷକୁ ଦୂର କରିପାରିବେ ।

  • ଯଦି ଆପଣଙ୍କ ଘରର ଛାତ ଉପରେ ଏଣେ ତେଣେ ଜିନିଷ ପଡିରହିଛି ତୁରନ୍ତ ଏହାକୁ ସଫା କରି ଦିଅନ୍ତୁ ।
  • ଘରର କାନ୍ଥରୁ ଯଦି ପ୍ଲାଷ୍ଟର ଖସିଯାଇଛି ତାହାକୁ ତୁରନ୍ତ ମରାମତି କରନ୍ତୁ ରଙ୍ଗ ଦିଅନ୍ତୁ ।
  • କିଚେନ ସମ୍ମୁଖରେ ବାଥରୁମ ରଖନ୍ତୁ ନାହିଁ । ଯଦି ରହିଛି ତେବେ ବାଥରୁମ ଏବଂ କିଚେନରେ ପରଦା ପକାଇ ରଖନ୍ତୁ ।
  • ଘରର କବାଟ ଓ ଖିଡକୀ ଖୋଲିବାବେଳେ ଯଦି ଶବ୍ଦ ହେଉଛି ତେବେ କବ୍ଚାରେ ତେଲ ଦିଅନ୍ତୁ । ଶବ୍ଦ ବନ୍ଦ ହୋଇଯିବ ।
  • ଆଗ୍ନେୟ (ପୂର୍ବ-ଦକ୍ଷିଣ) କୋଣର ଦେଷ ଦୂର ପାଇଁ ଏକ ଜିରୋୱାଟ ଲାଲ ବଲ୍ ଜଳାନ୍ତୁ ।
  • ଶୁଭ ଚିହ୍ନ ଯେପରି ଲକ୍ଷ୍ମୀ, ଗଣେଶ, ଓଁ ଓ ଅନ୍ୟ ମାଙ୍ଗଳିକ ଚିହ୍ନ ମୁଖ୍ୟ ଦ୍ୱାରରେ ଲଗାନ୍ତୁ ।
  • ଦକ୍ଷିଣ-ପଶ୍ଚିମ ଦିଗରେ ଅଧିକ ଦ୍ୱାର କିମ୍ବା ଝରକା ଥିଲେ ତାହାକୁ ବନ୍ଦ ରଖନ୍ତୁ । ନଚେତ ବନ୍ଦ କରି ଦିଅନ୍ତୁ ।
  • ଘର ଅଗଣାରେ ଫୁଲ-ଫଳ ଭରା ବଗିଚାଟି ରଖନ୍ତୁ । ଏହାଦ୍ୱାରା ଘରର ସକରାତ୍ମକ ଶକ୍ତି ବୃଦ୍ଧି ପାଇବ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More