ବାସ୍ତୁ ଶାସ୍ତ୍ର ଅନୁସାରେ ଘରକୁ କରନ୍ତୁ ରଙ୍ଗ, ଆର୍ଥିକ ସ୍ଥିତିରେ ଆସିବ ସୁଧାର
ନିଜ ଘରକୁ ସୁନ୍ଦର କରିବା ପାଇଁ କିଏ ବା ନ ଚାହେଁ। ଘର କିପରି ସୁନ୍ଦର ଦେଖାଯିବା ସେଥିପାଇଁ ଲୋକେ ସାଧାରଣତଃ ଘରର ସାଜସଜା ସହିତ ଘରର ରଙ୍ଗ ଉପରେ ମଧ୍ୟ ଧ୍ୟାନ ଦେଇଥାନ୍ତି। ସାଧାରଣତଃ ଅଧିକାଂଶ ଲୋକ ନିଜ ପସନ୍ଦର ରଙ୍ଗ ଲଗାଇଥାନ୍ତି। କିନ୍ତୁ ଆପଣ ଜାଣିନ୍ତି କି କାନ୍ଥରେ ଲଗାଉଥିବା ରଙ୍ଗରେ ବାସ୍ତୁର ଯଥେଷ୍ଟ ମହତ୍ୱ ରହିଛି। ତେବେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କେଉଁ ଭଳି ରଙ୍ଗ କରିବା ଆବଶ୍ୟକ।
- ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କ ଘରର ଉତ୍ତର ଦିଗରେ ଥିବା କାନ୍ଥରେ ସବୁଜ ରଙ୍ଗ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ।
- ବାସ୍ତୁ ଶାସ୍ତ୍ର ଅନୁସାରେ ହଳଦିଆ ରଙ୍ଗକୁ ଶୁଭ ବୋଲି ମନାଯାଏ। ଏହା ଘରର ଶାନ୍ତି ବଜାୟ ରଖିଥାଏ। ଘର ଡ୍ରଇଂ ରୁମରେ ହଳଦିଆ ରଙ୍ଗ କରିବା ଶୁଭ ବୋଲି ବାସ୍ତୁ ଶାସ୍ତ୍ରରେ ବିଶ୍ୱାସ ଅଛି।
- ଆପଣଙ୍କ ଘରର ଝରକା ଗୁଡିକୁ ସବୁବେଳେ ବହଳିଆ ରଙ୍ଗ କରିବା ଭଲ। ଆପଣ ଚାହିଁଲେ ଏହାକୁ ବାଦାମୀ ରଙ୍ଗ କରିପାରିବେ। ଏହା କରିବା ଦ୍ୱାର ଘରେ ଲକ୍ଷ୍ମୀ ବିରାଜମାନ କରନ୍ତି ବୋଲି ହିନ୍ଦୁ ଶାସ୍ତ୍ରରେ ବିଶ୍ୱାସ ଅଛି।