Only for Entertainment

ଘର ସିଡି ତିଆରି କରୁଥିବା ବେଳେ ଏହି ସମସ୍ତ କଥା ଉପରେ ଧ୍ୟାନ ଦିଅନ୍ତୁ , ନଚେତ ଅନେକ ସମସ୍ୟାରେ ପଡି ପାରନ୍ତି ।

martaart
0 148

ଘର ପ୍ରସ୍ତୁତ କରିବା ଏତେ ସହଜ କଥା ନୁହେଁ । ମଣିଷ ଘର ପ୍ରସ୍ତୁତ କରିବା ବେଳେ ନିଜର ସଂଚିତ ଧନକୁ ଘରେ ଲଗାଇ ଦେଇଥାଏ । ତେଣୁ ଘର ଥରେ ତିଆରି କରିବା ଏତେ କଷ୍ଟ ହେଲେ ତାକୁ ପୁନଃ ନିର୍ମାଣ କରିବା ତାଠାରୁ ଅଧିକ କଷ୍ଟ । ତେଣୁ ଘର ତିଆରି କଲା ବେଳେ ବାସ୍ତୁ ଅନୁସାରେ ସବୁ ସଠିକ ଭାବେ କରିବା ଉଚିତ । ବିଶେଷ କରି ଘରର ସମ୍ପୂଣ୍ଣ ଭାଗ ଠିକ ହେବା ନିହାତି ଜରୁରୀ । ତେଣୁ ଘର ତିଆରି କଲାବେଳେ ସିଡିର ଅବସ୍ଥିତି ଉପରେ ନଜର ରଖିବା ନିହାତି ଜରୁରୀ ଅଟେ । ନଚେତ ଘରେ ଅଭାବ ଅନାଟନ ଉପୁଜିବାର ସମ୍ଭାବନା ରହିଥାଏ । ତେଣୁ ବାସ୍ତୁ ଅନୁଯାୟୀ କେମିତି ଓ କେଉଁ ସ୍ଥାନରେ ସିଡି ତିଆରି କରିବେ ଆସନ୍ତୁ ଜାଣିବା।

ବାସ୍ତୁ ବିଶେଷଜ୍ଞମାନଙ୍କ ଅନୁଯାୟୀ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଶିଡ଼ି ନିର୍ମାଣ କରାଯିବା ଉଚିତ। ଘରର ଉତ୍ତର ଦିଗରେ ଶିଡ଼ି ନିର୍ମାଣ କରିବା ଉଚିତ ନୁହେଁ। ସିଡି ପାଇଁ ଉତ୍ତର-ପୂର୍ବ ଦିଗ ବି ଠିକ୍ ନୁହେଁ। ତେବେ ଉତ୍ତର-ପଶ୍ଚିମ ଦିଗରେ ସିଡି ତିଆରି କରିପାରିବେ।

ସିଡି ସଂଖ୍ୟା ସବୁବେଳେ ଅଯୁଗ୍ମ ରହିଲେ ଭଲ, ଯେମିତିକି- ୭,୯,୧୧,୧୫,୧୭,୧୯। ଶିଡ଼ି ସଂଖ୍ୟା ଅଯୁଗ୍ମ ରହିଲେ ଘରେ ସୁଖଶାନ୍ତିର ବାତାବରଣ ରହେ ବୋଲି କୁହାଯାଏ।

ସିଡି ଗୁଡ଼ିକୁ ଚଉଡ଼ା କରନ୍ତୁ। ଧ୍ୟାନ ଦିଅନ୍ତୁ ସିଡି ଉପରେ ସବୁବେଳେ ଆଲୁଅ ପଡ଼ୁଥିବ। କୁହାଯାଏ ସିଡିରେ ସବୁବେଳେ ଆଲୋକ ପଡ଼ୁଥିଲେ ମା’ ଲକ୍ଷ୍ମୀଙ୍କ ପ୍ରବେଶରେ କୌଣସି ବାଧା ଉପୁଜେ ନାହିଁ।

modelos-de-escadas-2

ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ସିଡି ବନାନ୍ତୁ ନାହିଁ। ଏମିତି ହେଲେ ଘରର ସଦସ୍ୟଙ୍କଠାରୁ ସବୁବେଳେ ଭଲ ସୁଯୋଗ ଖସି ଯାଏ ବୋଲି କୁହାଯାଏ। ଏହା ସହିତ ଘରେ ସବୁବେଳେ ରୋଗବେମାର ଲାଗି ରହେ। ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ସିଡି ରହିଛି ଓ ଏହାକୁ ଆଉ ବଦଳା ଯାଇପାରିବ ନାହିଁ, ତା’ହେଲେ ସିଡି ମଝିରେ ଏକ ଘଣ୍ଟି ଅବା କାଚ ଲଗାଇ ଦିଅନ୍ତୁ। ବାସ୍ତୁଦୋଷ କଟିଯିବ।

ଘରର ମୁଖ୍ୟ ହଲ୍ ଠାରେ ଗୋଲ ଗୋଲ ଆକୃତିର ସିଡି ତିଆରି କଲେ ଭଲ। ଏହା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ।

ଘରର ମଝାମଝି ସିଡି ତିଆରି କରନ୍ତୁ ନାହିଁ। ଏମିତି କଲେ ଘରର ଲୋକମାନେ ସବୁବେଳେ ରୋଗବେମାରରେ ପଡ଼ିବାର ଆଶଙ୍କା ରହିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More