Only for Entertainment

ଏହି ସବୁ ବଦଭ୍ୟାସ ପାଇଁ ରାଗି ଯାଆନ୍ତି ମା ଲକ୍ଷ୍ମୀ

Maa Durga Wallpaper
0 245

ଧନ ଲୋଭ କାହାକୁ ବା ନଥାଏ । ଧନ ଅର୍ଜନ କରିବା ପାଇଁ ମନୁଷ୍ୟ ଏନେକ ଚେଷ୍ଟା କରିଥାଏ । ଅନେକ ଚେଷ୍ଟା କରିବା ପରେ ମଧ୍ୟ ଅନେକଙ୍କୁ ଧନ ଲାଭ ହୋଇନଥାଏ । ଏହାର କାରଣ ମା ଲକ୍ଷ୍ମୀଙ୍କ କ୍ରୋପ । ଆସନ୍ତୁ ଜାଣିବା ଏପରି କେଉଁ ଭୁଲ କାମ ମନୁଷ୍ୟ କରିଥାଏ ଯାହା ଫଳରେ ଧନର ଦେବୀ ଲକ୍ଷ୍ମୀ ବ୍ୟକ୍ତି ଠାରୁ ଦୂରେଇ ଯାଇଥାନ୍ତି ।

– ଶାସ୍ତ୍ରରେ କୁହାଯାଇଛି ରାଗିବା ଦ୍ୱାରା ବ୍ୟକ୍ତିକୁ ନର୍କ ପ୍ରାପ୍ତି ହୋଇଥାଏ । ପ୍ରାୟତଃ ଅନେକ ବ୍ୟକ୍ତି ଛୋଟ ଛୋଟ କଥାକୁ ନେଇ ରାଗି ଯାଆନ୍ତି । କେବଳ ଏହା ନୁହେଁ କେହି କେହି ରାଗି ଯାଇ ଗାଳି ମଧ୍ୟ କରିଥାନ୍ତି । ଏହା କରିବା ଦ୍ୱାରା ଘରେ କଳହ ପରିବେଶ ସୃଷ୍ଟି ହୋଇଥାଏ । ଫଳରେ ଧନ ଦେବୀ ଲକ୍ଷ୍ମୀ ସେହି ବ୍ୟକ୍ତି ଏବଂ ଘର ଠାରୁ ଦୂରେଇ ଯାଇଥାନ୍ତି ।

– ଯେଉଁ ବ୍ୟକ୍ତି ସାଧୁ-ସନ୍ଥ ଓ ଶାସ୍ତ୍ରର ଅପମାନ କରିଥାଏ ତାକୁ ସବୁବେଳେ କ୍ଷତି ସହିବାକୁ ପଡିଥାଏ । ଏହିପରି ବ୍ୟକ୍ତିଙ୍କ ପାଖ ମାଡି ନଥାନ୍ତି ମା ଲକ୍ଷ୍ମୀ ।

– ଯେଉଁ ଲୋକମାନେ ସୂର୍ଯ୍ୟୋଦୟ ପରେ କିମ୍ବା ସୂର୍ଯ୍ୟାସ୍ତ ସମୟରେ ଶୋଇଥାନ୍ତି ତାଙ୍କ ଉପରେ ମା ଲକ୍ଷ୍ମୀ ରାଗିଯାଇଥାନ୍ତି । ଶାସ୍ତ୍ର ଅନୁସାରେ ଏପରି ଲୋକ ରାକ୍ଷାସ ପ୍ରବୃତିର ହୋଇଥାନ୍ତି । ଏହିପରି ବ୍ୟକ୍ତି ସର୍ବଦା ରୋଗରେ ପଡିଥାନ୍ତି ।

– ଯେଉଁ ବ୍ୟକ୍ତି ସବୁବେଳେ ମଇଳା ପୋଷାକ ପିନ୍ଧିଥାଏ ଓ ଘରକୁ ସଫା ରଖିନଥାଏ ତାଙ୍କ ଉପରେ ମାତା କୃପା କରନ୍ତି ନାହିଁ ।

– ସକାଳେ କିମ୍ବା ସଂଧ୍ୟାରେ ଯେଉଁ ଘରେ ଦ୍ୱୀପ ଜଳି ନଥାଏ ସେଠାରେ ମା ବାସ କରିନଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More