Only for Entertainment

ପିଲାର ନାମକରଣ ସମୟରେ ଏହି ସମସ୍ତ କଥାକୁ ଗୁରୁତ୍ୱ ଦିଅନ୍ତୁ, ନଚେତ ଆଗାମୀ ଦିନରେ ସମସ୍ୟାର କାରଣ ହୋଇପାରେ ସେହି ନାମ ।

picdove.net
134

ନାମକରଣ ପ୍ରଥା ଖୁବ ପ୍ରାଚୀନ । ଆଜିକାଲି କିନ୍ତୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଖୁବ କୌତୁହଳ ରହୁଛି । ଖୁବ ମଡର୍ଣ୍ଣ ନାମ ରଖୁଛନ୍ତି ବାପା ମା । ତଥାପି କ’ଣ ଆପଣ କେବେ ଜାଣିଛନ୍ତି କି ଏହାକୁ ନେଇ ବାସ୍ତୁ କ’ଣ କହେ । ଆସନ୍ତୁ ଆଲୋଚନା କରିବା ।

ଶିଶୁର ଜନ୍ମ ନକ୍ଷତ୍ର ଅନୁସାରେ ନାମକରଣ କରନ୍ତୁ ନାହିଁ। ପୂର୍ବକାଳରେ ଜାତକ ଗଣନା ପାଇଁ ସମୟ ଲାଗୁଥିବାରୁ ସହଜରେ ଶିଶୁର ରାଶି, ନକ୍ଷତ୍ର ଜାଣିବା ପାଇଁ ଏପରି ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ କମ୍ପ୍ୟୁଟର, ସଫ୍ଟୱେରର ପ୍ରଚଳନ ଫଳରେ ଜାତକ ଗଣନା ଅତିଶୀଘ୍ର ହେଇଯାଉଥିବାରୁ ଏପରି କରିବାର ଆବଶ୍ୟକତା ନାହିଁ।

ଶିଶୁର ନାମ କୌଣସି ସ୍ଥାନର ନାମ ଅନୁସାରେ ରଖନ୍ତୁ ନାହିଁ। ଅନେକ ସମୟରେ ଏପରି ହୋଇଥାଏ, ଶିଶୁ ଯେଉଁଠାରେ ଜନ୍ମଗ୍ରହଣ କରିଥାଏ; ପିତାମାତା ସେହି ସ୍ଥାନର ନାମାନୁସାରେ ତା’ର ନାମ ରଖିଥା’ନ୍ତି। ଯାହା ଭବିଷ୍ୟତରେ ଶିଶୁ ପାଇଁ ସମସ୍ୟା ସୃଷ୍ଟି କରିଥାଏ।

ଆପଣ ଶିଶୁଟିର ନାମ ଯାହା ବି ରଖନ୍ତୁ, ତାହାର ଅର୍ଥ ବୁଝାପଡ଼ିବା ଆବଶ୍ୟକ। ଏହା ସହ ନାମର ଅର୍ଥ ଯେପରି କୌଣସି ସକାରାତ୍ମକ ଦିଗକୁ ସୂଚାଉଥିବ। ସେ ନେଇ ମଧ୍ୟ ଦୃଷ୍ଟି ଦେବା ଉଚିତ।

ଶିଶୁର ନାମ କୌଣସି ଘଟଣା , ଦୁର୍ଘଟଣା ଆଦି ଅନୁସାରେ ରଖନ୍ତୁ ନାହିଁ। କାରଣ ଅନେକ ସମୟରେ ଦେଖାଯାଇଛି , ବାତ୍ୟା ବା ବନ୍ୟାରେ ଜନ୍ମ ନେଇଥିବା ଝିଅର ନାମ ଝଡ଼ି ଓ ପୁତ୍ରର ନାମ ତୋଫାନ ରଖାଯାଇଛି । ଏହା ଭବିଷ୍ୟତରେ ଶିଶୁ ପାଇଁ ସମସ୍ୟା ସୃଷ୍ଟି କରିଥାଏ।

ଆପଣ ଯେଉଁ ଧର୍ମାବଲମ୍ବୀ ହୁଅନ୍ତୁ ନା କାହିଁକି, ଈଶ୍ୱରଙ୍କ ନାମ ଅନୁଯାୟୀ ଶିଶୁର ନାମ ରଖନ୍ତୁ ନାହିଁ। କାରଣ ଏହାଦ୍ୱାରା ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ଅସନ୍ତୋଷ ଭାବ ଦେଖାଯାଇଥାଏ। ଏହା ଶିଶୁର ସାମାଜିକ ମିଳାମିଶାରେ ବାଧା ସୃଷ୍ଟି କରିପାରେ।

ଶିଶୁର ନାମ ଯେପରି ସର୍ବାଧିକ ତିନୋଟି ଶବ୍ଦ ଓ ସର୍ବାଧିକ ୧୫ରୁ୨୦ ଅକ୍ଷର ମଧ୍ୟରେ ସୀମିତ ରଖନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More