Only for Entertainment

ଏହିଭଳି ତୁଳସୀ ପତ୍ର ତୋଳିଲେ ଶ୍ରୀହରିଙ୍କ କୃପା ମିଳିବ ।

Learning-Living
59

ତୁଳସୀ ପତ୍ରକୁ ନେଇ ବିଭିନ୍ନ କଥା ରହିଛି । ଯାହାକୁ ପାଳନ କଲେ ଭଗବାନ ବିଷ୍ଣୁଙ୍କ କୃପା ମିଳେ ବୋଲି କୁହାଯାଏ । ଆସନ୍ତୁ ସେହି ବିଷୟରେ ଆଲୋଚନା କରିବା ।

ରବିବାର, ଶୁକ୍ରବାର, ଏକାଦଶୀ, ଅମାବାସ୍ୟା, ଚତୁର୍ଦ୍ଦଶୀ, ଗ୍ରହଣ ଏବଂ ଦ୍ୱାଦଶୀରେ ତୁଳସୀ ପତ୍ର ତୋଳିବା ଅନୁଚିତ ।

ରବିବାର ଏବଂ ଏକାଦଶୀକୁ ତୁଳସୀଙ୍କୁ ଜଳ ଅର୍ପଣ କରିବା ଅନୁଚିତ ।

ତୁଳସୀ ପତ୍ରକୁ କେବେ ମଧ୍ୟ ନଖରେ ଛିଡ଼ାଇବା ଅନୁଚିତ ।

ତୁଳସୀ ଗଛରୁ ପଡ଼ିଥିବା ପତ୍ରକୁ ଔଷଧ ଆଦିରେ ବ୍ୟବହାର କରିବା ଉଚିତ କିମ୍ବା ତାହାକୁ ମାଟିରେ ପୋତିଦେବା ଉଚିତ ।

କୌଣସି ବିଶେଷ କାରଣରୁ ତୁଳସୀ ପତ୍ରକୁ ଛିଣ୍ଡାଇବା ଅନୁଚିତ ।

ତୁଳସୀ ପତ୍ର ଛିଣ୍ଡାଇବା ପୂର୍ବରୁ ‘ ମାତସ୍ତୁଲସୀ ଗୋବିନ୍ଦ ହୃଦୟାନନ୍ଦ କାରିଣୀ
ନାରାୟଣସ୍ୟ ପୂଜାର୍ଥ ଚିନୋମି ତ୍ୱାଂ ନମୋସ୍ତୁତେ ପାଠ କରିବା ଉଚିତ । ଏହା ସହିତ କେବେ ମଧ୍ୟ ସ୍ନାନ ନ କରି ତୁଳସୀ ପତ୍ର ତୋଳିବା ଅନୁଚିତ । ସଂଧ୍ୟା ଏବଂ ରାତିରେ ତୁଳସୀ ଗଛକୁ ସ୍ପର୍ଶ କରିବା ଅନୁଚିତ ।

ତୁ,ସୀ ପତ୍ରକୁ କେବେ ମଧ୍ୟ ଦାନ୍ତରେ ଚୋବାଇବା ଅନୁଚିତ ।

ଗଣେଶଙ୍କୁ ପୂଜା କରିବା ସମୟରେ ତୁଳସୀ ପତ୍ର ଅର୍ପଣ କରିବା ଅନୁଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More