Only for Entertainment

ଘରେ ଅଶାନ୍ତି ସମସ୍ୟା ଦେଖା ଦେଉଥିଲେ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ !

Journalist Cafe
29

ଅନେକ ସମୟରେ ଛୋଟ ଛୋଟ କଥାକୁ ନେଇ କଳହ ସୃଷ୍ଟି ହୋଇଥାଏ । ଯେଉଁକାରଣରୁ ଘରେ ଅଶାନ୍ତି ଦେଖାଦେଇଥାଏ । ଆଉ ଏହି ଛୋଟ ଛୋଟ କଳହ ଭୟଙ୍କର ରୂପ ନେଇଥାଏ । ଏପରି ହେବା ପଛରେ କାରଣ କେବଳ ବାସ୍ତୁ ଦୋଷ । ଯାହା ଫଳରେ ଘରେ ଅଶାନ୍ତି ଦେଖାଦେଇଥାଏ । ତେବେ ଏଭଳି ଅଶାନ୍ତିର ପ୍ରତିକାର ପାଇଁ ଚାଲନ୍ତୁ ଜାଣିବା କିିଛି ବାସ୍ତୁ ଟିପ୍ସ –

 

  • ବାସ୍ତୁଶାସ୍ତ୍ର ଅନୁଯାୟୀ, ଐଶାନ୍ୟ କୋଣର ବିଶେଷ ମହତ୍ୱ ରହିଛି। ଏହି ଦିଗ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ତେଣୁ ଏହି ଦିଗଟି ଉଠାଣି ଭଳି ହେବା ଉଚିତ୍‌ ନୁହେଁ। ଏଭଳି ହେଲେ, ପିତା ଓ ପୁତ୍ରଙ୍କ ମଧ୍ୟରେ ଦୂରତା ବଢ଼ିବାର ଆଶଙ୍କା ରହିଛି।
  • ଘରର ଉତ୍ତର-ପୂର୍ବ କୋଣରେ ଷ୍ଟୋର୍‌ ରୁମ୍‌ କରିବା ଉଚିତ୍‌ ନୁହେଁ। ଏଭଳି କଲେ, ଘରର ସଦସ୍ୟଙ୍କ ମଧ୍ୟରେ କଳି ଝଗଡ଼ା ହୋଇଥାଏ।
  • ଘରର ଉତ୍ତର-ପୂର୍ବ କୋଣରେ ରୋଷେଇ ଘର କିମ୍ବା ଶୌଚାଳୟ ତିଆରି କରିବା ଉଚିତ୍‌ ନୁହେଁ। ଏହାଦ୍ୱାରା ଘରର ସଦସ୍ୟଙ୍କ ମଧ୍ୟରେ ମନାନ୍ତର ତୀବ୍ର ହେବାର ଆଶଙ୍କା ଥାଏ।
  • ଐଶାନ୍ୟ କୋଣରେ ବିଜୁଳି ଉପକରଣ ରଖିବା ଦ୍ୱାରା ବାପା-ପୁଅଙ୍କ ମଧ୍ୟରେ ମତାନ୍ତର ଦେଖାଦିଏ। କୌଣସି ନା କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ଅଶାନ୍ତି ଲାଗି ରହେ।
  • ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଉତ୍ତର-ପୂର୍ବ ଦିଗରେ ଅଳିଆ ଆବର୍ଜନା ବା ଡଷ୍ଟବିନ୍ ରଖିବା ଉଚିତ୍‌ ନୁହେଁ। ଏହା ଦ୍ୱାରା ପତି ଓ ପତ୍ନୀଙ୍କ ମଧ୍ୟରେ ଅଯଥା କଳି ଝଗଡ଼ା ହୋଇଥାଏ। ଏହି ବାସ୍ତୁ ଟିପ୍ସଗୁଡ଼ିକୁ ଆପଣାଇ ନିଜ ଘରେ ଆପଣ ନିଜେ ସୁଖ ଓ ଶାନ୍ତିର ପରିବେଶ ସୃଷ୍ଟି କରିପାରିବେ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More