ରାତିରେ ଶୋଇବା ପୂର୍ବରୁ ଏହି ବିଷୟ ପ୍ରତି ଦିଅନ୍ତୁ ଧ୍ୟାନ, ଡରରୁ ମିଳିବ ମୁକ୍ତି
ରାତିରେ ଶୋଇବା ସମୟରେ ଅନେକ ସମୟରେ ଆମେ ସ୍ୱପ୍ନରେ ଏପରି କିଛି ଦେଖିଥାଉ ଯାହା ଫଳରେ ଆମ ନିଦ ଭାଙ୍ଗିଯାଏ ଏବଂ ଆମେ ଡରି ଉଠି ଯାଇଥାଉ । ଏହି କାରଣରୁ ଜଣେ ରାତି ସାରା ଶୋଇପାରେ ନାହିଁ । ଅନେକ ଲୋକଙ୍କୁ ପ୍ରତ୍ୟେକ ଦିନ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । କିଛି ଲୋକ ଏହି ବିଷୟରେ କାହାକୁ କିଛି କହିପାରନ୍ତି ନାହିଁ । ତାଙ୍କୁ ସଂକୋଚ ଲାଗିଥାଏ । ତେବେ ଏହାର ସମାଧାନ ବାସ୍ତୁ ଶାସ୍ତ୍ରରେ ରହିଛି । ତେବେ ଶୋଇବା ପୂର୍ବରୁ କିଛି ସରଳ ଉପାୟ କରିବା ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇଥାଏ ।
ଉପାୟ-
- ଯଦି ରାତିରେ ଶୋଇବା ସମୟରେ ଆପଣଙ୍କୁ ଡର ଲାଗୁଥାଏ ଏବଂ ଏହି କାରଣରୁ ଆପଣଙ୍କୁ ନିଦ ହୁଏନାହିଁ ତେବେ ୫-୬ ଗୁଜୁରାତିକୁ ଏକ କପଡାରେ ବିାନ୍ଧି ତକିଆ ତଳେ କିମ୍ବା ତକିଆ ପାଖରେ ରଖିଦିଅନ୍ତୁ ।
- ରାତିରେ୍ ଶୋଇବା ସମୟରେ ଡରରୁ ମୁକ୍ତି ପାଇବା ପାଇଁ ଶୋଇବା ପୂର୍ବରୁ ତମ୍ବା ପାତ୍ରରେ ବିଛଣା ନିକଟରେ ପାଣି ରଖନ୍ତୁ ଏବଂ ଉଠିବା ପରେ ଏହି ପାଣିକୁ ଗଛରେ ଦିଅନ୍ତୁ ।
- ଯଦି ପିଲାମାନେ ଶୋଇବା ସମୟରେ ଡରି ଭୟଭୀତ ହୋଇଯାଆନ୍ତି ତେବେ ଶୋଇବା ପୂର୍ବରୁ ସେମାନଙ୍କ ତକିଆ ତଳେ ଏକ ଛୋଟ ଛୁରୀ ରଖିଦଅନ୍ତୁ । ଯଦି ଛୁରୀ ରଖିବା ପାଇଁ ଠିକ ନଲାଗେ ତେବେ ଯକୌଣସି ଲୁହା ଜିନିଷ ଆପଣ ରଖିପାରିବେ । ଏହାଦ୍ୱାରା ଡର ଲାଗିନଥାଏ ।
- ଶୋଇବା ପୂର୍ବରୁ ଏକ କପଡାରେ ହଳଦିଆ ଚାଉଳ ବାନ୍ଧି ରଖିବା ଫଳରେ ରାତିରେ ଶୋଇବା ସମୟରେ ଡର ଲାଗିନଥାଏ ।
ଏବା ବ୍ୟତୀତ ଯଦି ଶୋଇବା ପୂର୍ବରୁ ଖଟ ତଳ ସଫା ରଖାଯାଏ ତେବେ କୌଣସି ପ୍ରକାର ଡର ଲାଗିନଥାଏ । - କିଛି ଝିଅମାନଙ୍କୁ କେଶ ଖୋଲା କରି ଶୋଇବାର ଅଭ୍ୟାସ ଥାଏ । ବାସ୍ତୁଶାସ୍ତ ଅନୁସାରେ ଏହା ଭଲ ନୁହେଁ । ତେଣୁ ମହିଳାମାନେ କେଶ ବାନ୍ଧି ଶୋଇବା ଉଚିତ ।
- ବିଛଣା ନିକଟରେ ଜୋତା ଚପଲ ରଖିବା ଫଳରେ ଶୋଇବା ସମୟରେ ଡର ଲାଗିଥାଏ । ତେଣୁ ଏପରି କରିବା ଉଚିତ ନୁହେଁ ।
- ଶୋଇବା ପୂର୍ବରୁ ଧ୍ୟାନ ରଖନ୍ତୁ ଯେପରି ଚାଦର ଗାଢ ରଙ୍ଗର ହୋଇନଥିବା ବା ଫଟା ହୋଇନଥିବ ।