Only for Entertainment

‘ବିରେ ଦି ୱେଡିଂ’ର ଦ୍ୱିତୀୟ ଗୀତ ‘ଭାଙ୍ଗଡା ଦା ସଜଦା’ ରିଲିଜ, ଦେଖିବାକୁ ମିଳିଲା କରୀନା- ସୋନମଙ୍କ ରକିଂ ଅନ୍ଦାଜ

zee news
0 51

ସୋନମ କପୁରଙ୍କ ବିବାହର ଦୁଇ ଦିନ ପରେ ତାଙ୍କର ଅପକମିଙ୍ଗ ଫିଲ୍ମ ‘ବିରେ ଦି ୱେଡିଂ’ର ଦ୍ୱିତୀୟ ଗୀତ ‘ଭାଙ୍ଗଡା ଦା ସଜଦା’ ରିଲିଜ ହୋଇଛି । ପ୍ରଥମ ଗୀତରେ ଫିଲ୍ମର ଚାରି ହିରୋଇନଙ୍କୁ ହଟ ଅବତାରରେ ଦେଖିବାକୁ ମିଳିଥିବା ବେଳେ ଏହି ଗୀତରେ କରୀନା, ସୋନମ ଏବଂ ସ୍ୱରାଙ୍କ ଦେଶୀ ଅବତାର ଦେଖିବାକୁ ମିଳିଛି । ଦେଶୀ ଷ୍ଟାଇଲରେ ସମସ୍ତ ଖୁବ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି ।

‘ଭାଙ୍ଗଡା ଦା ସଜଦା’ ଗୀତକୁ ଗାୟିକା ନେହା କକ୍କର, ସୂର୍ଯା ରଙ୍ଗନାଥନ ଏବଂ ଶ୍ୱେତା ସଚଦେବା ମିଳିତ ଭାବେ ଗାଇଛନ୍ତି । ଏହି ଗୀତକୁ ଲେଖିଛନ୍ତି ଗୌରବ ସୋଲଙ୍କି । ଦେଖନ୍ତୁ ପୁରା ଗୀତ…

କିଛି ଦିନ ପୂର୍ବେ ଏହି ଫିଲ୍ମର ପ୍ରଥମ ଗୀତ ‘ତାରିଫା’ ରିଲିଜ ହୋଇଥିଲା । ଗୀତକୁ ବାଦଶାହା ଗାଇଥିବା ବେଳେ ଦର୍ଶକ ଗୀତକୁ ଖୁବ ପସନ୍ଦ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More