Only for Entertainment

‘ବୀରେ ଦି ୱେଡିଙ୍ଗ’ ପୋଷ୍ଟରକୁ ଧ୍ୟାନ ଦେଇ ଦେଖିଛନ୍ତି କି? ସୋନମ ଓ କରୀନାଙ୍କ ସହିତ ସ୍ମୃତି ଇରାନୀ ମଧ୍ୟ ।

0 41

ସୋନମଙ୍କ ବିବାହ ଚର୍ଚ୍ଚା ତ ଜାରି ରହିଛି କିନ୍ତୁ ଏହି ସମୟରେ ତାଙ୍କ ଫିଲ୍ମ ‘ବୀରେ ଦି ୱେଡିଙ୍ଗ’ର ଏକ ପୋଷ୍ଟ ଜାରି ହୋଇଛି । ଏହି ପୋଷ୍ଟରରେ ସୋନମ ଓ କୀରନାଙ୍କ ସହିତ ସ୍ୱରା ଭାସ୍କର ମଧ୍ୟ ନଜର ଆସିଛନ୍ତି । ଏହା ବ୍ୟତୀତ ପୋଷ୍ଟରରେ ଅନ୍ୟ ଏକ ଦିଗ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ଏହି ଫଟୋରେ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ନଜର ଆସିଛନ୍ତି । ଯାହା ଖୁବ ଆଶ୍ଚର୍ଯ୍ୟର ବିଷୟ ।

 


ଏହି ପୋଷ୍ଟର ଫିଲ୍ମର ବାକି ପୋଷ୍ଟର ଠାରୁ ଖୁବ ଭିନ୍ନ । ଏହିଥର ଲିଡ ଆକ୍ଟର ପାରମ୍ପରିକ ନୁହେଁ ବରଂ ନାଇଟ ବିୟର୍ସରେ ନଜର ଆସିଛନ୍ତି । ପୋଷ୍ଟରରେ ନିର୍ମାତା ବିବାହ ପୂର୍ବର ଦୃଶ୍ୟ ଦେଖାଇବାକୁ ଚେଷ୍ଟା କରିଛନ୍ତି ।

କିନ୍ତୁ ଏହାର ଏକ ପୋଷ୍ଟର ସସପେନ୍ସ ତିଆରି କରୁଛି । ତାହା ହେଉଛି କାନ୍ଥରେ ଲାଗିଥିବା ପୋଷ୍ଟର । ପୋଷ୍ଟରଟି ‘କ୍ୟୁାଁ କି ଶାଶ ଭି କଭି ବହୁ ଥି’ର ପୋଷ୍ଟର । କିନ୍ତୁ ଏହା ମଧ୍ୟ ସନ୍ଦେହ ସୃଷ୍ଟି କରୁଛି । ଏହାକୁ ନେଇ ଏକତା କପୁର ଏକ କ୍ୟାପ୍ସନ ମଧ୍ୟ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More