Only for Entertainment

ଶୀତଦିନେ ଥଣ୍ଡାରୁ ମୁକ୍ତି ଦେଇଥାଏ, ଏହି ସବୁ ପରିବା

phickle.com
0 42

ଶରୀରର ଯତ୍ନ ନେଉଥିବା ବ୍ୟକ୍ତିମାନେ ସବୁବେଳେ ସେମାନଙ୍କର ଖାଦ୍ୟପ୍ରତି ଦୃଷ୍ଟି ଦେଇଥାନ୍ତି । ତେବେ ଋତୁ ଅନୁୂସାରେ ଯଦି ଖାଦ୍ୟର ଯତ୍ନ ନିଆଯାଏ ତେବେ ଶରୀର ସୁସ୍ଥ ରହିଥାଏ । କେବଳ ସେତିକି ନୁହେଁ ବରଂ ହୃଦରୋଗ ଜନିତ ରୋଗ ଏବଂ ମଧୁମେହରୁ ମଧ୍ୟ ମୁକ୍ତି ମିଳିଥାଏ । ଏହା ସହିତ ଶରୀରରେ କୋଲେଷ୍ଟ୍ରଲ ମଧ୍ୟ କମ ହୋଇଥାଏ ।

ଥଣ୍ଡାଦିନରେ ରସୁଣ, ଅଦା ଏବଂ ଗାଜର ଖାଇବା ଦ୍ୱାରା ଶରୀରରେ ଆଂଟିବାୟୋଟିକ ଶକ୍ତି ବଢିଥାଏ ଏବଂ ଥଣ୍ଡା ମଧ୍ୟ କମ ଅନୁଭବ ହୋଇଥାଏ ।

ରସୁଣ ଖାଇବା ଦ୍ୱାରା ଦାନ୍ତକୁ ମଧ୍ୟ ଆରାମ ମିଳିଥାଏ । ତେବେ ରସୁଣକୁ ଲବଙ୍ଗ ସହିତ ବାଟି ଦାନ୍ତରେ କଷ୍ଟ ହେଉତିବା ସ୍ଥାନରେ ଳଗାଇବା ଦ୍ୱାରା ସେଥିରୁ ମୁକ୍ତି ମିଳିଥାଏ ।

ରସୁଣ ଖାଇବା ଦ୍ୱାରା ଶରୀରରେ ଟି-କୋଷ,ଫେଗୋସାଇଟିସ ଓ ଲିମ୍ଫୋସାଇଟିସ ଆଦି ପ୍ରତିରୋଧକ ତତ୍ତ୍ୱ ବୃଦ୍ଧି ହୋଇଥାଏ । ଯାହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ କ୍ଷମତା ବଢିଥାଏ । ଏହା ଦ୍ୱାରା ସହଜରେ କୌଣସି ସଂକ୍ରମଣ ଜନିତ ସମସ୍ୟା ହୋଇନଥାଏ ।

ଏହା ବ୍ୟତୀତ ରସୁଣ ଖାଇବା ଦ୍ୱାରା ଶରୀରକୁ ଗୁଡ କୋଲେଷ୍ଟ୍ରଲ ମଧ୍ୟ ମିଳିଥାଏ । ଏଥିରେ ଥିବା ଏଲିସିନ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ହୋଇଥାଏ । ତେଣୁ ରସୁଣ ଖାଇବା ନିହାତି ଦରକାର, ଏହା ଦ୍ୱାରା ଶରୀର ଫିଟ ରହିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More