Only for Entertainment

ଫିଲ୍ମ ‘ସୋଲେ’ରେ କାଲିଆ ଚରିତ୍ର ତୁଲାଇଥିବା ପ୍ରସିଦ୍ଧ ଅଭିନେତା ବିଜୁ ଖୋଟେଙ୍କ ନିଧନ

latestly
61

ବଲିଉଡର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ‘ସୋଲେ’ରେ କାଳିଆ ଚରିତ୍ର ତୁଲାଇଥିବା ଲୋକପ୍ରିୟ ଅଭିନେତା ବିଜୁ ଖୋଟେଙ୍କ ନିଧନ ହୋଇଯାଇଛି । ମିଡିଆ ରିପୋର୍ଟ ଅନୁସାରେ ବିଜୁ ଖୋଟେ କିଛି ଦିନରୁ ଅସୁସ୍ଥ ଥିଲେ । ଅସୁସ୍ଥ କାରଣରୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ୭୮ ବର୍ଷ ବୟସରେ ବିଜୁଙ୍କ ନିଧନ ହୋଇଛି । ସେ ହିନ୍ଦୀ ଏବଂ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୩୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ବିଜୁଙ୍କ ଅନ୍ତିମ ସଂସ୍କାର ସୋମବାର ସକାଳ ୧୧ ଟାରେ ସମ୍ପର୍ଣ୍ଣ କରାଯିବ ।

ଫିଲ୍ମ ସୋଲେରେ ବିଜୁ ଖୋଟେଙ୍କ କାଲିଆ ଚରିତ୍ର ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜୀବନ୍ତ କରିଦେଇଛି । ଫିଲ୍ମରେ ଗବର ସହିତ ତାଙ୍କର ଫେମସ ଡାଇଲଗ ତେରା କ୍ୟା ହୋଗା କାଲିଆ ? ସବୁଠାରୁ ଅଧିକ ଚର୍ଚ୍ଚିତ ହୋଇଥିଲା । ଏହି ଡାଇଲଗ ଆଜି ମଧ୍ୟ ଲୋକଙ୍କ ମୁଁହରେ ଶୁଣିବାକୁ ମିଳେ । ସେହିଭଳି ବିଜୁ ଫିଲ୍ମ ଅନ୍ଦାଜ ଅପନା ଅପନାରେ ରୋବର୍ଟ ଚରିତ୍ରରେ ନଜର ଆସିଥିଲେ ।

ବିଜୁ ଖୋଟେଙ୍କ ନିଧନ ପରେ ତାଙ୍କ ଫ୍ୟାନ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଶିବସେନା ନେତ୍ରୀ ମନୀଷା କାଅନ୍ଦେ ମଧ୍ୟ ଟ୍ୱିଟ କରି ବିଜୁ ଖୋଟେଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More