Only for Entertainment

କେବେ ମୁମ୍ବାଇର ବସ୍ତିରେ ରହୁଥିଲେ ଏହି ଆକ୍ଟର, ଇଂଜିନିୟରିଂ ଛାଡ଼ି ଇଣ୍ଡଷ୍ଟ୍ରିରେ ନାମ କଲେ ।

bollywood tadka
31

ବଲିଉଡ ଆକ୍ଟର ଭିକ୍କୀ କୌଶଲ ଆଜି ତାଙ୍କର ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି । ୧୬ ମଇ ୧୯୮୮କୁ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମ ହୋଇଥିଲେ ଏହି ବଲିଉଡ ଆକ୍ଟର । ଭିକ୍କୀଙ୍କୁ ସେହି ଆକ୍ଟର ମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଏ ଯେଉଁମାନେ ନିଜ ପ୍ରଚେଷ୍ଟାରେ ବଲିଉଡରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଖୁମ କମ ଲୋକ ଜାଣିଥିବେଯେ ଭିକ୍କୀ ମୁମ୍ବାଇର ଏକ ବସ୍ତିରେ ଜନ୍ମ ହୋଇଥିଲେ । ତାଙ୍କ ବାପା ଜଣେ ଜଣାଶୁଣା ଷ୍ଟଂଟମ୍ୟାନ ଏବଂ ହିନ୍ଦୀ ଫିଲ୍ମର ଆକ୍ସନ ଡାଇରେକ୍ଟର ମଧ୍ୟ ।

ଭିକ୍କୀ ପିଲାଟି ଦିନରୁ ପାଠପଢା, କ୍ରିକେଟ ଏବଂ ଫିଲ୍ମ ପ୍ରତି ଆଗ୍ରହ ରଖୁଥିଲେ । କିନ୍ତୁ ତାଙ୍କ କ୍ୟାରିଅର ଷ୍ଟେବଲ ହେଉ ତାଙ୍କ ବାପା ଚାହୁଁଥିଲେ । ଭିକ୍କୀ ମୁମ୍ବାଇର ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଇଂଜିନିୟରିଂ କଲେ । କିଛି ଦିନ ପରେ ଭିକ୍କୀଙ୍କୁ ଅନୁଭବ ହେଲାଯେ ସେ ଅଫିସରେ କାମ କରିପାରିବେ ନାହିଁ, ତେଣୁ ସେ ଫିଲ୍ମରେ କ୍ୟାରିଅର କରିବାକୁ ମନସ୍ଥ କଲେ । କିଛି ଦିନ ଇଂଜିନିୟର ଭାବରେ କାମ କରିବା ପରେ ସେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ବାପାଙ୍କ ସହିତ ଫିଲ୍ମ ସେଟକୁ ଯିବାକୁ ଲାଗିଲେ । କିଶୋର ନମିତ କପୂର ଏକାଡେମୀରେ ସେ ଆକ୍ଟିଙ୍ଗ ଉପରେ ପାଠ ପଢିଲେ ।

୨୦୧୦ରେ ଭିକ୍କୀ ଅନୁରାଗ କଶ୍ୟପଙ୍କ ଫିଲ୍ମ ଗ୍ୟାଙ୍ଗସ ଅଫ ବାସେପୁରରେ ଆସିଷ୍ଟାଂଟ ଭାବରେ କାମ କଲେ । ନୀରଜ ଧୟାବନ ସେଥିରେ ସହ ନିର୍ଦ୍ଦେଶକ ଥିଲେ । ନୀରଜ ଯେତେବେଳେ ଫିଲ୍ମ ‘ମସାନ’ ଉପରେ କାମ କଲେ ସେ ଭିକ୍କୀଙ୍କୁ ଅଡିସନ ପାଇଁ ଡାକିଲେ । ଏହାପରେ ଆରମ୍ଭ ହେଲା ଭିକ୍କୀଙ୍କ ବଲିଉଡ କ୍ୟାରିଅର । ଫିଲ୍ମ ମସାନରେ ଭିକ୍କୀଙ୍କ କାମକୁ ଖୁବ ପସନ୍ଦ କରାଗଲା । ଏହା ପୂର୍ବରୁ ସେ କେତେକ ଛୋଟ ଫିଲ୍ମରେ ଛୋଟ ଛୋଟ ରୋଲ କରିଛନ୍ତି । ଭଲ ରୋଲ ପାଇଁ ଆଇଫା ଆୱାର୍ଡ଼ ମଧ୍ୟ ପାଇଲେ । ଏହାପରେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଲେ ଭିକ୍କୀ । ଏହା ମଧ୍ୟରୁ ଉରିରେ ତାଙ୍କ ଅଭିନୟ ସମସ୍ତଙ୍କ ମନ କିଣିଲା ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଭିକ୍କୀ ଆଗାମୀ ଦିନରେ ‘ସରଦାର ଅଦ୍ଦମ ସିଂ’ ଫିଲ୍ମରେ ନଜର ଆସିବେ । ଏହା ୨୦୨୦ରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More