Only for Entertainment

ଉରି ଅଭିନେତାଙ୍କ ପ୍ରଥମ ପସନ୍ଦ ଏହି ନିର୍ଦ୍ଦେଶକ !

23

ବଲିଉଡ୍ ଅଭିନେତା ବିକି କୌଶଲ୍ ମାତ୍ର କିଛି ଫିଲ୍ମ ଜରିଆରେ ଇଣ୍ଡଷ୍ଟ୍ରୀରେ ନିଜର ସ୍ୱତନ୍ତ୍ର ପରିଚୟ ବନାଇ ପାରିଛନ୍ତି । ଚଳଚ୍ଚିତ୍ର ଉରିରେ ନିଜ ଆକର୍ଷଣୀୟ ଅଭିନୟ ପରଷିି ଏବେ ସେ ଇଣ୍ଡଷ୍ଟ୍ରୀର ଆଗ ଧାଡିର ନାୟକ ହୋଇ ପାରିଛନ୍ତି । ଆଉ ତାଙ୍କୁ ନିଜ ଫିଲ୍ମରେ ନେବା ପାଇଁ ଇଣ୍ଡଷ୍ଟ୍ରୀର ସବୁ ବଡ ବଡ ନିର୍ଦ୍ଦେଶକ ମାନେ ଚାହିଁ ବସିଛନ୍ତି । ତେବେ ଇଣ୍ଡଷ୍ଟ୍ରୀର ସବୁ ବଡ ସାନ ଫିଲ୍ମ ମେକରଙ୍କ ଭିତରୁ ବିକିଙ୍କୁ ପସନ୍ଦ ନିର୍ଦ୍ଦେଶକ ଅନୁରାଗ କଶୈପ ।

ବିକ୍କିଙ୍କ ହିସାବରେ ଅନୁରାଗ ହେଉଛନ୍ତି ଶ୍ରେଷ୍ଠ ନିର୍ଦ୍ଦେଶକ । ବିକିଙ୍କ ଭିତରେ ଥିବା କଳାକାରକୁ ସୁନ୍ଦର ଭାବେ ପରଦାରେ ତୋଳି ପାରନ୍ତି ନିର୍ଦ୍ଦେଶକ ଅନୁରାଗ । ଯାହାଙ୍କ ପାଇଁ ସେ ପ୍ରତି ୩ ବର୍ଷ ବ୍ୟବଧାନରେ ତାଙ୍କ ସହ କାମ କରିବେ ବୋଲି ଇଚ୍ଛା ରଖିଛନ୍ତି ।

ତେବେ ଏଠାରେ ଆମେ କହି ରଖୁଛୁ ଯେ ଅନୁରାଗଙ୍କ ଫିଲ୍ମ ମସାନ’ ଜରିଆରେ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ବିକ୍କି କୌଶଲ ଏବଂ ଏହାପରେ ଅନେକ ଫିଲ୍ମ କରିଥିଲେ । ନିକଟରେ ରିଲିଜ ହୋଇଥିବା ସଂଜୁ ଫିଲ୍ମରେ ତାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଥିଲା । ଏହାପରେ ଉରି ଫିଲ୍ମରେ ମୁଖ୍ୟ ଭୂମିକା ତୁଲାଇ ଅଭିନୟ ଦୁନିଆରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ବନାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More