Only for Entertainment

ଭାରତ-ଚୀନ ସୀମାରେ ପହଂଚି ସୈନ୍ୟ ମାନଙ୍କ ପାଇଁ ରୁଟି ତିଆରି କଲେ ଭିକ୍କି କୌଶଲ

bollywood tadka
73

ନିକଟ ଅତୀତରେ ଭିକ୍କି କୌଶଲ ବିବାଦ ମଧ୍ୟକୁ ଆସି ଯାଇଛନ୍ତି । କରଣ ଜୋହରଙ୍କ ଘରେ ବଲିଉଡ ସେଲିବ୍ରେଟୀ ବନ୍ଧୁ ମାନଙ୍କ ସହିତ ନିଶାଦ୍ରବ୍ୟ ନେଉଥିବା ସମୟର ଭିଡ଼ିଓ ଭାଇରାଲ ହେବା ପରଠାରୁ ଏଭଳି ସମସ୍ୟା ଦେଖାଦେଇଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଚାଲିଛି । ଯାହାପରେ ଭିକ୍କି କୌଶଲଙ୍କ ଫ୍ୟାନ୍ସ ନାରାଜ ହୋଇ ଯାଇଛନ୍ତି ଏବଂ ସେମାନଙ୍କ ନିକଟରେ ଭିକ୍କିଙ୍କୁ ଉତ୍ତରଦାୟୀ ହେବାକୁ ପଡ଼ିଛି ।

ଅବଶ୍ୟ ସମସ୍ତ ବିବାଦରୁ ଦୂରରେ ରହି ଭିକ୍କି କୌଶଲ ଭାରତ-ଚୀନ ସୀମାରେ ଜୱାନଙ୍କ ନିକଟରେ ପହଂଚିଛନ୍ତି । ଖାସ କଥା ହେଉଛି ୧୪ ହଜାର ଫୁଟ ଉଂଚରେ ସେ ଭାରତୀୟ ସୈନ୍ୟଙ୍କ ବର୍ଦ୍ଦିରେ ନଜର ଆସିଛନ୍ତି ।

ଏହି ସମୟର କେତେକ ଫଟୋ ଭିକ୍କି ତାଙ୍କ ଇଂଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଯେଉଁଥିରେ ସେ ସୈନ୍ୟ ମାନଙ୍କ ପାଇଁ ରୁଟି ତିଆରି କରୁଥିବାର ନଜର ଆସିଛନ୍ତି । ଏହା ସହିତ ଜୀବନରେ ପ୍ରଥମ ଥର ରୁଟି ତିଆରି କରିଥିବା କହିଛନ୍ତି ଭିକ୍କି କୌଶଲ । କହିରଖୁଛୁ ଭିକ୍କି ଚ୍ୟାନେଲ ଏନଡିଟିଭିର ଏକ ଶୋ ପାଇଁ ସୈନ୍ୟ ମାନଙ୍କ ନିକଟରେ ପହଂଚିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More