Only for Entertainment

ଶାହରୁଖ ଖାନଙ୍କ ଦିପାବଳୀ ପାର୍ଟିରେ ବିକ୍କି କୌଶଲଙ୍କୁ ହେବାକୁ ପଡିଥିଲା ଲଜ୍ଜିତ, ଜାଣନ୍ତୁ ଏହାର କାରଣ !

51

ବଲିଉଡ୍ ଅଭିନେତା ବିକି କୌଶଲ୍ ମାତ୍ର କିଛି ଫିଲ୍ମ ଜରିଆରେ ଇଣ୍ଡଷ୍ଟ୍ରୀରେ ନିଜର ସ୍ୱତନ୍ତ୍ର ପରିଚୟ ବନାଇ ପାରିଛନ୍ତି । ଚଳଚ୍ଚିତ୍ର ଉରିରେ ନିଜ ଆକର୍ଷଣୀୟ ଅଭିନୟ ପରଷିି ଏବେ ସେ ଇଣ୍ଡଷ୍ଟ୍ରୀର ଆଗ ଧାଡିର ନାୟକ ହୋଇ ପାରିଛନ୍ତି । ଆଉ ତାଙ୍କୁ ନିଜ ଫିଲ୍ମରେ ନେବା ପାଇଁ ଇଣ୍ଡଷ୍ଟ୍ରୀର ସବୁ ବଡ ବଡ ନିର୍ଦ୍ଦେଶକ ମାନେ ଚାହିଁ ବସିଛନ୍ତି ।

କିଛି ସପ୍ତାହ ପୂର୍ବରୁ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ‘ଉରୀ : ଦ ସର୍ଜିକାଲ ଷ୍ଟ୍ରାଇକ୍‌’ରେ ତାଙ୍କର ଚମତ୍କାର ଅଭିନୟ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଆଣି ଦେଇଥିଲା । ଫିଲ୍ମ ରିଲିଜ୍‌ ପରେ ପରେ ତାଙ୍କ ନାଁ ଏବେ ବଡ଼ ବଡ଼ କଳାକାରମାନଙ୍କ ସୂଚୀରେ ସାମିଲ ହୋଇଥିବା ବେଳେ ଗୋଟେ ପରେ ଗୋଟେ ଫିଲ୍ମର ବଡ଼ ଅଫର ତାଙ୍କୁ ମିଳୁଥିବା ଦେଖା ଯାଇଛି । ତେବେ ଏକ ସାକ୍ଷାତକାରରେ ଯୋଗ ଦେଇ ବିକି ନିଜ ସହ ଘଟିଥିବା ଯେଉଁ ଘଟଣାର ଖୁଲାସା କରିଛନ୍ତି, ତାହା ତାଙ୍କୁ ଚର୍ଚ୍ଚାର ପରସରକୁ ଆଣିଛି ।

 

View this post on Instagram

 

Hello beautiful! Hosting, performing, winning… last night was too special! Thank You Filmfare! @filmfare #Sanju #BestSupportingActor ??

A post shared by Vicky Kaushal (@vickykaushal09) on

ତାଙ୍କ କହିବା ଅନୁଯାୟୀ, ୨୦୧୮ରେ ମୋତେ ଶାହାରୁଖ୍‌ ଖାନ୍‌ ଫୋନ କରି ପାର୍ଟିରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ । ଏହା ପରେ ମୁଁ ସେଠାରେ ଯାଇ ଠିକ୍‌ ସମୟରେ ପହଞ୍ଚି ଯାଇଥିଲି । କିନ୍ତୁ ସେଠାକୁ ଯିବା ପରେ ତାହା ଜନ୍ମଦିନ ନୁହେଁ ବରଂ ଦୀପାବଳି ପାର୍ଟି ବୋଲି ମୁଁ ଜାଣିବାକୁ ପାଇଥିଲି । ସେଠାକୁ ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧି ଆସିଥିବା ବେଳେ ମୋ ପୋଷାକ ସବୁଠାରୁ ଭିନ୍ନ ଥିଲା । ସମସ୍ତେ ମୋତେ ଚାହୁଁଥିଲେ ବୋଲି କହିଛନ୍ତି ବିକି ।

କେବଳ ସେ ଏକା ନଥିଲେ ତାଙ୍କ ସହ ସାଥ ଦେବା ଲାଗି ଆଉ କିଛି କଳାକାର ଯେପରିକି ତାପସୀ ପନ୍ନୁ, ରାଜକୁମାର ରାଓ ଏବଂ ଅନ୍ୟ କଳାକାର ଥିଲେ , ଯେଉଁମାନେ ଏହି ପାର୍ଟିକୁ ବର୍ଥଡେ ପାର୍ଟି ଭାବି ପହଂଚିଥିଲେ । ଯେତେବେଳେ ତାଙ୍କୁ ସମସ୍ତ ଲୋକଙ୍କୁ ଦେଖି ଅଜବ ଲାଗିଥିଲା , ସେମାନେ ଗୋଟେ କୋଣ ଦେଖି ଯାଇ ସେଠାରେ ବସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More