Only for Entertainment

ପିଲାଦିନର ଏହି ଫଟୋରେ ଖୁବ ନିରୀହ ଦେଖା ଯାଉଛନ୍ତି ଭିକ୍କି କୌଶଳ ।

aajtak
9

ନିଜ ଅଭିନୟର ଯାଦୁରେ ଅଳ୍ପ କିଛି ଦିନ ମଧ୍ୟରେ ଯଥେଷ୍ଟ ଫ୍ୟାନ ବଢାଇଛନ୍ତି ଅଭିନେତା ଭିକ୍କି କୌଶଳ । ୨୦୧୯ ଏପର୍ଯ୍ୟନ୍ତ ତାଙ୍କ ପାଇଁ ଖୁବ ଲକି ପ୍ରମାଣିତ ହୋଇଛି । ଫିଲ୍ମ ଉରି ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟ ଜିତି ସାରିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ଯଥେଷ୍ଟ ଅଧିକ । ନିକଟରେ ଭିକ୍କି ତାଙ୍କ ପିଲାଦିନର ଏକ କ୍ୟୁଟ ଫଟୋ ଶେୟାର କରିଛନ୍ତି ।

 

View this post on Instagram

 

Post shave look…

A post shared by Vicky Kaushal (@vickykaushal09) on

ଶେୟାର କରାଯାଇଥିବା ଫଟୋରେ ଭିକ୍କି ଖୁବ ନିରୀହ ଦେଖା ଯାଉଛନ୍ତି । ଭିକ୍କିଙ୍କ ଏହି ଫଟୋକୁ ଖୁବ ଲାଇକ୍ସ ଏବଂ କମେଂଟ ମିଳୁଛି । ସୋସିଆଲ ମିଡିଆରେ ଭିକ୍କିଙ୍କ ଏହି ଫଟୋ ଖୁବ ଭାଇରାଲ ହେଉଛି ।

କହିରଖୁଛୁଯେ ନିକଟରେ ଗୁଜୁରାଟରେ ଭାନୁପ୍ରତାପ ସିଂଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମରେ ସୁଟିଂ ସମୟରେ ଖୁବ ଆଘାତ ପାଇଛନ୍ତି ଭିକ୍କି । ତାଙ୍କ ମୁହଁର ହାଡ଼ ଫ୍ରାକଚର ହୋଇଯାଇଛି । ଖବର ଅନୁସାରେ ଝରକା ତାଙ୍କ ଉପରେ ପଡ଼ିଗଲା । ତେବେ ଏହାପରେ ସେ ମୁମ୍ବାଇ ଫେରି ଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More